ବଲିଉଡମନୋରଞ୍ଜନ

ଭୟଙ୍କର ଲୁକରେ ନଜର ଆସିଲେ ସୁସ୍ମିତା ସେନ୍

ସାମ୍ନାକୁ ଆସିଲା ଆର୍ଯ୍ୟା-୨ର ଫାଷ୍ଟ ଲୁକ୍

କରୋନା ଯୋଗୁଁ ଫିଲ୍ମ କମ୍‌ ରିଲିଜ୍‌ ହୋଇଥିଲା । କିନ୍ତୁ ବର୍ତ୍ତମାନ ହଲ ଖୋଲିବାରୁ ନନ୍‌ ଷ୍ଟପ୍‌ ରିଲିଜ୍‌ ହେବାରେ ଲାଗିଛି । ଏହା ମଧ୍ୟରେ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍ ନିକଟରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛିନ୍ତି। ଏହି ଭିଡିଓରେ ସେ ଏତେ ଭୟଙ୍କର ଦେଖାଯାଉଛନ୍ତି ଯେ ଯିଏ ଦେଖିବ ସିଏ ଡରି ଯିବ। ତାଙ୍କର ଏହି ରୂପ ସୁପରହିଟ୍‌ ୱେବ୍‌ସିରିଜ୍ ‘ଆର୍ଯ୍ୟା’ର ସିଜନ ୨ରୁ ଆସିଛି। ପୂର୍ବ ସିରିଜ୍‌ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି ସେ ସୋସିଆଲ୍ ମିଡିଆ ଜରିଆରେ ଜଣାଇଛନ୍ତି । ସୁସ୍ମିତା ସେନ ‘ଆର୍ଯ୍ୟା ୨’ର ଏହି ଫାଷ୍ଟ୍ ଲୁକ୍ ସେୟାର କରି କହିଛନ୍ତି ଫେରିଆସିଛି ବାଘୁଣୀ। ଏହା ପୂର୍ବ ଠାରୁ ବି ବେଶି ଭୟଙ୍କର। ଖୁବ୍ ଶୀଘ୍ର ଆସୁଛି ‘ଆର୍ଯ୍ୟା ୨’।” ସୁସ୍ମିତା ସେନଙ୍କ ଏହି ସିରିଜକୁ ରାମ ମାଧବାନୀ ନିର୍ଦ୍ଦେଶନା ଦେଉଛନ୍ତି। ‘ଆର୍ଯ୍ୟା’ର ପ୍ରଥମ ସଂସ୍କରଣ ଲୋକଙ୍କୁ ଖୁବ ଭଲ ଲାଗିଥିଲା। ଏଥିରେ ସୁସ୍ମିତାଙ୍କ ଭୂମିକାକୁ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ।

ଏହାର ସିଜିନ ୨କୁ ନେଇ ନିର୍ଦ୍ଦେଶକ ରାମ ମାଧବାନୀ କୁହନ୍ତି ଯେ “ପ୍ରଥମ ସିଜିନରୁ ଆମକୁ ଯେଉଁ ଭଲ ପାଇବା ବା ସ୍ନେହ ମିଳିଥିଲା ଆମେ ଏନେଇ ଉତ୍ସାହିତ। ଏନେଇ ଆମେ ଶ୍ରମ ଦେଇ ଏହାର ଦ୍ୱିତୀୟ ସଂସ୍କରଣ କରିବାକୁ ନେଇ ନିଷ୍ପତ୍ତି ନେଲୁ। ଇଣ୍ଟର୍‌ନେସ୍‌ନାଲ୍‌ ଏମୀ ଆୱାର୍ଡରେ ବେଷ୍ଟ୍‌ ଡ୍ରାମା ବିଭାଗରେ ଏହି ଶୋ’ର ନାମାଙ୍କନ ଏହାର କାହାଣୀକୁ ନେଇ ଆମର ବିଶ୍ୱାସ ରହିଛି। ମୁଁ ଶୋ’ର ଦର୍ଶକମାନଙ୍କ ପାଇଁ ଆର୍ଯ୍ୟାର ପରବର୍ତ୍ତୀ ଯାତ୍ରା ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ ଅଛି। ସେ ସବୁ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖିନ ହେଉଛି, କାରଣ ସେ ତା’ର ପରିବାରକୁ ଜୀବିତ ରହିବା ସହିତ ପ୍ରତିଶୋଧ ନେବାର ଲକ୍ଷରେ ଆଗକୁ ବଢିବା ନେଇ ବାଧ୍ୟ ହେଉଛି।” ସୁସ୍ମିତା ସେନ୍‌ ବର୍ତ୍ତମାନ ବଲିଉଡ୍‌ର ଜଣେ ପରିଚିତ ନାମ। ତେବେ ତାଙ୍କୁ ଏହି ପରିଚୟ ହାସଲ କରିବା ନେଇ କମ ପରିଶ୍ରମ କରିବାକୁ ପଡିନି। ବିଶ୍ୱସୁନ୍ଦରୀ ଟାଇଟଲ ଜିତିବା ପରେ ସୁସ୍ମିତା ବଲିଉଡରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୧୯୯୬ରେ ତାଙ୍କର ପ୍ରଥମ ଫିଲ୍ମ ‘ଦସ୍ତକ୍’ ଆସିଥିଲେ ।

Show More

Related Articles

Back to top button