ଓଡ଼ିଶା

ରାଜ୍ୟରେ ବୃଦ୍ଧି ପାଉଛି ଶୀତ,୧୫ ଡିଗ୍ରୀ ତଳେ ୧୪ ସହରର ପାରଦ

ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ । ୧୫ ଡିଗ୍ରୀ ତଳେ ୧୪ ସହରର ପାରଦ । କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୬ ରେକର୍ଡ କରାଯାଇଛି ।

ସେହିପରି ଫୁଲବାଣୀରେ ରାତି ତାପମାତ୍ରା ୧୧ ଦଶମିକ ୫, କୋରାପୁଟ ସେମିଳିଗୁଡାରେ ୧୦ ଦଶମିକ ୩, ସୁନ୍ଦରଗଡ କିରେଇରେ ୧୧ ଦଶମିକ ୭, ଦାରିଙ୍ଗବାଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ୪ରୁ ୫ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ଡିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

Show More

Related Articles

Back to top button