ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଟ୍ୱିଟର୍‌ ଓ ମେଟା ପରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ଟ୍ୱିଟର୍‌ ଓ ମେଟା ପରେ ଏବେ ଅନ୍‌ଲାଇନ୍ ସପିଙ୍ଗ୍ କମ୍ପାନୀ ଆମାଜନର ପାଳି। ଏବେ ଆମାଜନ ମଧ୍ୟ କଷ୍ଟ୍ କଟିଂ ତାଲିକାରେ ସାମିଲ ହୋଇଛି। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି ଇ-କମର୍ସ କମ୍ପାନୀ। ପାଖାପାଖି ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ହୋଇଛି।

ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁସାରେ, କମ୍ପାନୀ ଚଳିତ ସପ୍ତାହରେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଯଦି ମୋଟ ଛଟେଇ ସଂଖ୍ୟା ୧୦ହଜାର ପାଖାପାଖି ରହେ, ତା’ହେଲେ ଏହା ଆମାଜନ ଇତିହାସରେ ସବୁଠାରୁ ବଡ଼ ଘଟଣା ହେବ। ବ୍ୟବସାୟରେ ମାନ୍ଦାବସ୍ଥା ଜାରି ରହିଥିବାରୁ ରାଜସ୍ୱ ମଧ୍ୟ ହ୍ରାସ ପାଇଛି। ତେଣୁ କଷ୍ଟ୍ କଟିଂ ନେଇ କମ୍ପାନୀ କର୍ମଚାରୀଙ୍କୁ ବାହାର କରୁଥିବା କୁହାଯାଉଛି।

କମ୍ପାନୀ ବିଶ୍ୱ ସ୍ତରରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ସୂଚନା ଅନୁସାରେ, ଏହି ଛଟେଇ ମୁଖ୍ୟତଃ ଆଲେକ୍ସା ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ୍, ଏହାର ରିଟେଲ ୟୁନିଟ୍ ଏବଂ ମାନବ ସମ୍ବଳ ଟିମ୍ ଦ୍ୱାରା କରାଯିବ। ସେହିପରି ଚାକିରିରୁ ଛଟେଇ ସଂଖ୍ୟା ହ୍ରାସ କିମ୍ବା ବୃଦ୍ଧି କରାଯାଇପାରେ ବୋଲି ସୂଚନାରେ କୁହାଯାଇଛି। ତେବେ ଏନେଇ ଆମାଜନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନାଅନୁଯାୟୀ, ଆମାଜନ ନିଜର କର୍ମଚାରୀଙ୍କୁ ଅନ୍ୟ ସ୍ଥାନରେ ଚାକିରି ଖୋଜିବାକୁ ପୂର୍ବରୁ ଚେତାବନୀ ଦେଇଥିଲା।

Show More

Related Articles

Back to top button