Breaking PLUSଦେଶମୁଖ୍ୟ ଖବର

କଶ୍ମୀର ଘାଟିରେ ପ୍ରବଳ ଶୀତ ଲହର

ବରଫ ପାଲଟିଲା ଡାଲ୍ ଲେକ୍

ଶ୍ରୀନଗର, 7 ଜାନୁଆରୀ – କଶ୍ମୀରରେ ପ୍ରବଳ ଶୀତର ପ୍ରକୋପ ଜାରି ରହିଛି । ଭୀଷଣ ଶୀତ ଲହର କାରଣରୁ ଡାଲ୍ ଲେକ୍ ସହିତ କଶ୍ମୀରର ଅନ୍ୟ ଜଳସ୍ରୋତ ବରଫ ପାଲଟିଛି ।
କଶ୍ମୀରରେ ଏବେ 40ଦିନର କଠୋର ଶୀତ ଅବଧି ଚିଲ୍ଲା-ଏ-କଲାଂ ଜାରି ରହିଛି । ଏହି ଅବଧିରେ ଅଞ୍ଚଳର ତାପମାତ୍ରା ବହୁତ ଖସିଯାଇଥିଲା । ଏହାସହିତ ପାଇପ୍ ପାଣି ବି ଜମିଯାଇଥାଏ । ଏହି ସମୟରେ ବରଫପାତର ସମ୍ଭାବନା ସବୁଠୁ ଅଧିକ ଥାଏ । ଅଧିକାଂଶ ଅଞ୍ଚଳରେ ବିଶେଷ କରି ଉଚ୍ଚ ଅଞ୍ଚଳରେ ବରଫପାତ ହୋଇଥାଏ ।
ଶ୍ରୀନଗରରେ ଶନିବାର ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 5.6 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ ହୋଇଛି । କାଞ୍ଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 5.0 ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ କରାଯାଇଛି । ଉତ୍ତର କଶ୍ମୀରର ଗୁଲମର୍ଗରେ ସ୍କି ରିସର୍ଟରେ ଶନିବାର ରାତିରେ ତାପମାତ୍ରା 4.4 ଡିଗ୍ରୀ ସେଲସିୟସ ଥିଲା ।

Show More

Related Articles

Back to top button