Breaking PLUSଓଡ଼ିଶାମୁଖ୍ୟ ଖବର

ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, 7 ଜାନୁଆରୀ – ବାବା ଧବଳେଶ୍ୱରଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ ରେଳମନ୍ତ୍ରୀ । ଆଜି ସକାଳ ୮ଟା ବେଳେ ଧବଳେଶ୍ୱରଙ୍କ ପୀଠରେ ପହଞ୍ଚି ଅଶ୍ୱିନୀ ବୈଷ୍ଣବ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ପହଞ୍ଚିବା ପରେ ପୂଜକ ସମିତି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ଏହି ଅବସରରେ ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ ।
ବାବା ଧବଳେଶ୍ୱରଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଥିଲେ ଯେ, ଆଜି ବାବା ଧବଲେଶ୍ୱରରଙ୍କ ଦର୍ଶନ ଭଲରେ ହେଲା ସେଥିପାଇଁ ମୁଁ ଭାଗ୍ୟବାନ୍। ମୁଁ ସମସ୍ତ ପୁରୋହିତ ଏବଂ ଅନ୍ୟମାନଙ୍କ ସହ ଅଞ୍ଚଳର ବିକାଶ ବିଷୟରେ ଆଲୋଚନା କଲି ।” କଟକରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି “ନା, ସେପରି କିଛି ନାହିଁ। ମୁଁ କେବଳ ଦଳର କର୍ମୀ। ଦଳ ମୋତେ ଯାହା ଦାୟିତ୍ୱ ଦେବ , ମୁଁ ତାହା କରିବି ।”

Show More

Related Articles

Back to top button