Breaking PLUSଦେଶ ବିଦେଶମୁଖ୍ୟ ଖବର

ୱେଷ୍ଟବ୍ୟାଙ୍କର ଜେନିନ ଉପରେ ଇସ୍ରାଏଲର ଆକ୍ରମଣ

6 ପାଲେଷ୍ଟାନୀୟ ନିହତ, ଆଇଡିଏଫର 4 ଯବାନ ଆହତ

ଜେନିନ, 7 ଜାନୁଆରୀ – ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ହମାସ ବିରୋଧରେ ଅଭିଯାନ ଜାରି ରହିଛି । ଇସ୍ରାଏଲ ସେନା ଶନିବାର ରାତି ସାରେ ୱେଷ୍ଟବ୍ୟାଙ୍କର ଜେନିନ ଶରଣାର୍ଥୀ ଶିବିରରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଜାରି ରଖିଛି । ଏଥିରେ 6ଜଣ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ସେନାକୁ ନିଶାନା କରୁଥିବା ବନ୍ଧୁକଧାରୀଙ୍କୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ 6ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାସ୍ତାକଡରେ ହୋଇଥିବା ଏକ ବିସ୍ଫୋରଣରେ ଇସ୍ରାଏଲ ସେନାର ଗାଡି ଫସିଯାଇଥିଲା । ଫଳରେ 4ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଆହତ ହୋଇଥିବା ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

Show More

Related Articles

Back to top button