Breaking PLUSଓଡ଼ିଶାମୁଖ୍ୟ ଖବର

ସପରିବାର ମହାପ୍ରଭୁଙ୍କ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ଭୁବନେଶ୍ୱର, 7 ଜାନୁଆରୀ – ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଭାବବିହ୍ୱଳ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି । ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ୍ l ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରଠାରୁ ଦେଶରେ ବିଭିନ୍ନ ଆଧ୍ୟାତ୍ମିକ ପୀଠଗୁଡିକର ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । କାଶୀ ବିଶ୍ଵନାଥ, ମହାକାଳେଶ୍ୱର, ପୁରୀର ଜଗନ୍ନାଥ ମନ୍ଦିର ଆଦି ସ୍ଥାନରେ ବିକାଶ ପାଇଁ କାର୍ଯ୍ୟ ସମସ୍ତ ସନାତନୀ ହିନ୍ଦୁ ମାନଙ୍କର ପାଇଁ ଖୁସିର କଥା ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button