ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ କି ରାହୁଲ ଗାନ୍ଧି?

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢିବେ କି ନାହିଁ, ତା’କୁ ନେଇ ଜୋର ଚର୍ଚ୍ଚା ଧରିଛି। ନିର୍ବାଚନ ପୂର୍ବରୁ ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧି କଂଗ୍ରେସର ମଙ୍ଗ ସମ୍ଭାଳନ୍ତୁ ବୋଲି ଅନୁରୋଧ କରିଥିଲେ। ହେଲେ ସେ ଆଦୌ ରାଜି ହୋଇ ନଥିଲେ। ଶେଷରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। କିନ୍ତୁ ରାହୁଲ ଗାନ୍ଧି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ମୁଁ କଂଗ୍ରେସର ସଭାପତି ହେବି କି ନାହିଁ, ସେକଥା ଦଳର ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ। ମୁଁ କ’ଣ କରିବି, ତା’ର ନିଷ୍ପତ୍ତି ମୁଁ ନେଇ ସାରିଛି। ତା’କୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ। ବର୍ତ୍ତମାନ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନେହାନ୍ତି। ବିଜେପି ବିରୋଧରେ ଏହି ଭାରତ ଯୋଡ଼ୋ ଯାତ୍ରା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆରମ୍ଭ କରିଛି। ଏହାର ନେତୃତ୍ୱ ଖୋଦ ରାହୁଲ ଗାନ୍ଧି ନେଉଛନ୍ତି। ଆଜି ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “ଦେଶର ସବୁ ସଂସ୍ଥା ବିଜେପି ନିୟନ୍ତ୍ରଣରେ ରହିଛି। ସେହିସବୁ ସଂସ୍ଥାକୁ ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବ୍ୟବହାର କରାଯାଉଛି। କଂଗ୍ରେସକୁ ବଞ୍ଚାଇବା ପାଇଁ ଭାରତ ଯୋଡ଼ୋ ନାଁରେ ପ୍ରୟାସ କରାଯାଉଥିବା ଅଭିଯୋଗ ଉପରେ ରାହୁଲ ଗାନ୍ଧି କହିଛନ୍ତି, ବିଜେପି ଓ ଆରଏସଏସ ନିଜର ମତ ରଖିପାରିବେ। କିନ୍ତୁ ଆମେ ଭାରତୀୟଙ୍କୁ ଏକାଠି କରିବାକୁ ଏହି ଯାତ୍ରା କରୁଛୁ। ବାସ୍ତବରେ ଦେଶରେ କ’ଣ ଚାଲିଛି ସେକଥା ଜାଣିବା ଓ ଲୋକଙ୍କୁ ବୁଝାଇବା ପାଇଁ ଏହି ଯାତ୍ରା କରାଯାଉଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

 

Show More

Related Articles

Back to top button