Breaking PLUSଓଡ଼ିଶାମୁଖ୍ୟ ଖବର

କିଏ ପିନ୍ଧିବ ପିସିସି ମୁକୁଟ ? ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଘୋଷଣା ହେବ ନାମ

ଶୁକ୍ରବାରଠୁ ଚିନ୍ତନ ବୈଠକ

ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି । ଆଗାମୀ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି । ଚିନ୍ତନ ଶିବିର ବୈଠକ ପରେ ସଭାପତିଙ୍କ ନାମ ଘୋଷଣା ହେବ । ଏନେଇ ଶୁକ୍ରବାରଠୁ ଆରମ୍ଙ ହେଉଛି କଂଗ୍ରେସର ଚିନ୍ତନ ଶିବିର ବୈଠକ । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସୂଚନା । ଖବର ଅନୁଯାୟୀ, ରାଜ୍ୟର ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି କହିଥିଲେ । ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ ।

ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ । ସମସ୍ତଙ୍କୁ ଏକ୍‌ଜୁଟ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ପରାମର୍ଶ ମଧ୍ୟ ଦେଇଥିଲେ । ଅନ୍ୟ ପଟେ ବ୍ରଜରାଜନଗର ଉପନିର୍ବାଚନ । ଏଥିଲାଗି ସବୁ ଦଳ କସରତ ମଧ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏସବୁ ଭିତରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଶୁକ୍ରବାରଠୁ ଆରମ୍ଭ ହେଉଛି କଂଗ୍ରେସର ଚିନ୍ତନ ଶିବିର ବୈଠତ । ଏହି ବୈଠକ ପରେ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବ । ଖାସ୍‌ କରି ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟକୁ ନୂଆ ନେତୃତ୍ୱ ମିଳିବ ବୋଲି ଅଧିରାଜ ପାଣିଗ୍ରାହୀ କହିଛନ୍ତି ।

Show More

Related Articles

Back to top button