ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମହୁ ସଂଗ୍ରହ ହେଲା କାଳ , ଗଛରୁ ପଡି ଯୁବକଙ୍କ ମତ୍ୟୁ

କରଞ୍ଜିଆ : ମହୁ ସଂଗ୍ରହ ହେଲା କାଳ । ମହୁ ସଂଗ୍ରହ କରିବା ପାଇଁ ଗଛରେ ଚଢ଼ିଥିବା ଜଣେ ଯୁବକ ତଳକୁ ଖସି ମୃତ୍ୟବରଣ କତରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ। ମୃତ ଯୁବକ ହେଲେ ସାଲେଇବେଡ଼ା ପଞ୍ଚାୟତ ଖପରଖାଇ ଗାଁର ଶୁକ ଖଣ୍ଡୁଆଳ।

ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ପୁରୁଣାପାଣି ଗାଁ ନିକଟ ଏକ ଶିମିଳି ଗଛରେ ଥିବା ମହୁଫେଣାରୁ ମହୁ ସଂଗ୍ରହ କରିବାପାଇଁ ଶୁକ ଗଛରେ ଚଢିଥିଲେ । ଏହାପରେ ଭାରସାମ୍ୟ ହରାଇ ସେ ତଳକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଶୁକଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଖବର ପାଇ ଠାକୁରମୁଣ୍ଡା ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

 

Show More

Related Articles

Back to top button