Breaking PLUSଦେଶମୁଖ୍ୟ ଖବରରାଜନୀତି

୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ପୁଣି ରାଜ୍ୟ ସଭାକୁ ଯିବେ ସସ୍ମିତ ପାତ୍ର । ସେହିପରି ସୁଲତା ଦେଓ , ନିରଞ୍ଜନ ବିଶି , ମାନସ ମଙ୍ଗରାଜ ଙ୍କ ନାଁ ମଧ୍ୟ ଘୋଷଣା କରିଛି ବିଜେଡି । ପ୍ରସନ୍ନ ଆଚାର୍ଯ୍ୟ , ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ସେହିପରି ମେୟର ଭାବେ ବିଜୟୀ ହେବା ପରେ କଟକ ମେୟର ସୁବାସ ସିଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ବୋଲି କୁହାଯାଉଛି । ଚାରି ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରାର୍ଥୀ ଜଣାଶୁଣା ହୋଇଥିବା ବେଳେ ନିରଞ୍ଜନ ବିଶି ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଜଣେ ଆଦିବାସୀ ନେତା । ସେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସମ୍ପାଦକ ରହିଛନ୍ତି। ଚଳିତ ଥର ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିଲା। ଆଉ ଏହା ପଛରେ ନିରଞ୍ଜିନଙ୍କର ଗୋଟିଏ ବଡ ଅବଦାନ ରହିଥିବା କୁହାଯାଉଛି।

Show More

Related Articles

Back to top button