Breaking PLUSଦେଶମୁଖ୍ୟ ଖବରରାଜନୀତି

ମମତା: ରାଜନୀତି ଏମିତି…ପୂର୍ବରୁ ଜାଣିଥିଲେ କେବେ ବି ଆସିନଥାନ୍ତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଏଭଳି ଟାର୍ଗେଟ୍‌ କରାଯାଉଥିବାରୁ ଦିଦି ବିତୃଷ୍ଣାଭାବ ପ୍ରକାଶ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ‘ଯଦି ମୁଁ ପୂର୍ବରୁ ଜାଣିଥାନ୍ତି ଯେ ରାଜନୀତି ଏଭଳି ଖରାପ ହୋଇଯିବ ତେବେ ମୁଁ କେବେ ବି ରାଜନୀତିକୁ ଆସିନଥାନ୍ତି’।

ସୂଚନାଯୋଗ୍ୟ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରାଯାଇଥିଲା । କୋଇଲା ଘୋଟାଲା ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିବା ଜଣାପଡିଛି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ସିଏମ୍‌ ମମତା ବାନାର୍ଜୀ । ପୂର୍ବରୁ CBIର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଅତିଷ୍ଠ ହେବା ସହିତ ବାରମ୍ବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଟାର୍ଗେଟ୍‌ କରିଥିଲେ । ଏବେ ଇଡିର ନୋଟିସ ପରେ ଦିଦି କହିଛନ୍ତି, ‘ଏଭଳି କାର୍ଯ୍ୟାନୁଷ୍ଠାନ ଖୋଲାଖୋଲି ଭାବେ ହିଂସା’ । ନିକଟରେ ଦିଦି ମୋଦିଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, ‘୨୦୨୪ ଲଢେଇ ମୋର ଶେଷ ଲଢେଇ ହେବ ।

୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ କ୍ଷମତାରୁ ହଟାଇବା ମୋର ଶେଷ ଲଢେଇ’। ଦିଦି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡିକର ଏହା କେବଳ ପ୍ରତିଶୋଧ ନୁହେଁ ବରଂ ଖୋଲାଖୋଲି ହିଂସା । ଯଦି ମୋତେ ଆଗରୁ ଜଣାଥାନ୍ତା ଯେ ରାଜନୀତି ଏତେ ଖରାପ ହୋଇଯିବ ଏତେ ତଳ ସ୍ତରକୁ ଖସିଯିବ ତେବେ ମୁଁ କେବେ ବି ରାଜନୀତିକୁ ଆସିନଥାନ୍ତି। ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଆପଣ ସବୁବେଳେ ସମସ୍ତଙ୍କୁ ବୋକା ବନାଇପାରିବେ ନାହିଁ । ଯେଉଁଭଳି ଭାବେ ବିନା ପ୍ରମାଣରେ ଆମକୁ ଗଣମାଧ୍ୟମରେ ବଦନାମ କରାଯାଉଛି, ଯେଉଁଭଳି ଭାଷା ପ୍ରୟୋଗ କରାଯାଉଛି ଏବଂ ସୂତ୍ରର ଦ୍ବାହି ଦିଆଯାଉଛି ଆପଣଙ୍କୁ ଭାବିବା ଦରକାର ଯେ ଯଦି ଆପଣଙ୍କ ସହ ବି ଏଭଳି କରାଯିବ ତେବେ କଣ ହେବ।

Show More

Related Articles

Back to top button