ସ୍ୱାସ୍ଥ୍ୟ

ଥଣ୍ଡା – କାଶ ଠାରୁ ନେଇ ସଂକ୍ରମଣକାରୀ ଜ୍ୱର ର କରିଦେବ ଛୁଟି : ଜାଣନ୍ତୁ ୫ଟି କାଢା ରେସିପି

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଔଷଧ ସହିତ କାଢା ପିଇବା ପାଇଁ କୁହାଯାଉଛି l ଏହି ସମୟରେ ମୌସୁମୀ ଥଣ୍ଡା ଓ ଜ୍ୱର ଇତ୍ୟାଦି ଦ୍ୱାରା ପ୍ରାୟ ସମସ୍ତେ ଆକ୍ରାନ୍ତ ହେଉଛନ୍ତି

ଲକ୍ଷଣ ଏହିପରି ଯେପରି ଲୋକମାନେ କରୋନା ରେ ଆକ୍ରାନ୍ତ ହେଉଛନ୍ତି ,କିନ୍ତୁ ଏହା କରୋନା ଲକ୍ଷଣ ନୁହେଁ l ମୌସୁମୀ ଥଣ୍ଡା ଜ୍ୱର କୁ ମଧ୍ୟ ଏହି କାଢା ଦ୍ୱାରା ଠିକ କରାଯାଇ ପାରିବ l

କାଢା ପିଇବା ଦ୍ୱାରା କଣ ହୋଇଥାଏ –
ଯେ କୌଣସି ରୋଗରୁ ରକ୍ଷା ପାଇବା ପାଇଁ ସବୁଠୁ ଜରୁରୀ ଅଟେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା l କୌଣସି ଔଷଧ ଦ୍ୱାରା ଯେତିକି ଲାଭ ମିଳି ନଥାଏ ,ତା ଠାରୁ ଅଧିକ ଲାଭ ମିଳେ ପ୍ରାକୃତିକ କାଢା ଦ୍ୱାରା l ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ପ୍ରାକୃତିକ କାଢା ରେସିପି l

୧ – ତୁଳସୀ ପତ୍ର ର କାଢା – ଏହି କାଢା କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର -୧୦୦ ଗ୍ରାମ – ତୁଳସୀ ପତ୍ର ,ଡାଲଚିନି – ୧୦ ଗ୍ରାମ ,ତେଜପତ୍ର – ୧୦ ଗ୍ରାମ ,ପାନମଧୁରୀ -୫୦ ଗ୍ରାମ ,ଗୁଜୁରାତି -୧୫ ଗ୍ରାମ ,ଗୋଲମରିଚ -୧୦ ଗ୍ରାମ l
-ଏହି ସମସ୍ତ ଜିନିଷକୁ ଗୁଣ୍ଡ କରି ରଖନ୍ତୁ l ଦୁଇ କପ ପାଣି ଗୋଟିଏ ପାତ୍ରରେ ରଖନ୍ତୁ ,ଏହାକୁ ଫୁଟାନ୍ତୁ ତା ପରେ ଏଥିରେ ଅଧ ଚାମଚ କାଢା ଗୁଣ୍ଡ ପକାଇବେ ,ଟିକେ ସମୟ ଫୁଟିଲା ପରେ ତାକୁ ଛାଣି ଗୋଟିଏ କପ ରେ ଢାଳନ୍ତୁ l ଉଷୁମ ଉଷୁମ ପିଅନ୍ତୁ l

୨ – ସର୍ଦି ଥଣ୍ଡା ଦ୍ୱାରା ନାକ ବନ୍ଦ ହୋଇଯିବା ଦ୍ୱାରା ଓ ଛାତି ର ଯନ୍ତ୍ରଣା ହେବା କାରଣରୁ କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଆରାମ ମିଳି ଯାଇଥାଏ l ଲବଙ୍ଗ ,ତୁଳସୀ ,ଅଦା ଓ ଗୋଲ ମରିଚ ର କାଢା ପ୍ରସ୍ତୁତ କରି ଥଣ୍ଡା ରୁ ରକ୍ଷା ପାଇ ପାରିବେ l
– ଲବଙ୍ଗ ,ତୁଳସୀ ,ଅଦା ଓ ଗୋଲ ମରିଚ ରେ କାଢା ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ଦୁଇକପ ପାଣି ,ଆଠଟି ତୁଳସୀ ପତ୍ର ,୫ଟି ଗୋଲମରିଚ ,ପାଞ୍ଚଟି ଲବଙ୍ଗ ଓ ଅଦା ଛେଚା କୁ ମାଧ୍ୟମ ଆଞ୍ଚରେ ବସାଇ ଫୁଟାନ୍ତୁ ଫୁଟି ଗଲାପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ l

 

୩ – ଗୁଜୁରାତି ଓ ମହୁରେ ପ୍ରସ୍ତୁତ କାଢା – କରୋନା ର ଲଖ୍ୟଣରେ ଶ୍ୱାସ କ୍ରିୟା ପାଇଁ କଷ୍ଟ ହୋଇଥାଏ l ଜରୁରୀ ନୁହେଁ ଯେ ଏହା କରୋନା ର ଲକ୍ଷଣ l ଏହି କଷ୍ଟରୁ ଦୂରେଇବା ପାଇଁ ଗୁଜୁରାତି ଓ ମହୁର କାଢା ପିଅନ୍ତୁ l
– ଗୋଟିଏ ପାତ୍ରରେ ଦୁଇ କପ ପାଣି ନିଅନ୍ତୁ l ଗୋଟିଏ ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଫୁଟାନ୍ତୁ l ୧୦ ମିନିଟ ଫୁଟିଲା ପରେ ଏଥିରେ ମହୁ ମିଶାଇ ସେବନ କରନ୍ତୁ l

୪ -ଲବଙ୍ଗ ,ତୁଳସୀ ଓ କଳା ଲୁଣରେ ପ୍ରସ୍ତୁତ କାଢା – ଏହି କାଢା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେବ l ଏହି କାଢା କୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ଦୁଇକପ ପାଣି ନିଅନ୍ତୁ ,ଏଥିରେ ୧୦ ଟି ତୁଳସୀ ପତ୍ର ପକାନ୍ତୁ ,୫ଟି ଲବଙ୍ଗ ପକାଇ ଭଲ ଭାବରେ ଫୁଟାନ୍ତୁ l ଯେତେବେଳେ ଏହା ଗୋଟିଏ କପ ହୋଇଯିବ ଛାଣି ନେଇ କଳା ଲୁଣ ପକାଇ ଉଷୁମ ଉଷୁମ ପିଅନ୍ତୁ l

୫ – ସଂକ୍ରମିତ ଜ୍ୱର ପାଇଁ କାଢା – ବଦଳୁ ଥିବା ଋତୁରେ ସମସ୍ତଙ୍କୁ ପ୍ରାୟ ଭାଇରଲ ଫିବର ହୋଇଥାଏ l ଏଥିରୁ ରକ୍ଷା ପାଇବା ପାଇଁ ଯଦି ଆପଣ ଔଷଧ ଖାଇବାକୁ ଚାହୁଁ ନାହାନ୍ତି ତେବେ କାଢା ପ୍ରସ୍ତୁତ କରି ପିଅନ୍ତୁ l ଏହାକୁ ପ୍ରସ୍ତୁତ କରିବା ପାଇଁ ଅଳେଇଚ ଗୋଟିଏ , ଡାଲଚିନି ଏକ ଖଣ୍ଡ ,୫ଟି ଗୋଲ ମରିଚ ,ତିନିଟି ଲବଙ୍ଗ ,ଅଧ ଚାମଚ ଜୁଆଣି ଓ କିଛି ମାତ୍ରାରେ ହଳଦୀ l

– ଗୋଟିଏ ପାତ୍ରରେ ଦେଢ଼ କପ ପାଣି ନିଅନ୍ତୁ l ଏହି ସମସ୍ତ ଜିନିଷକୁ ପକାନ୍ତୁ l ଭଲ ଭାବରେ ଫୁଟାନ୍ତୁ l ଫୁଟି ଗଲାପରେ ଏହାକୁ ଛାଣି ଏଥିରେ ସାମାନ୍ୟ ହଳଦୀ ମିଶାଇ ଉଷୁମ ଉଷୁମ ପିଅନ୍ତୁ l ଏହାକୁ ପିଇବା ପୂର୍ବରୁ ଆପଣ ସଠିକ ମାତ୍ରାରେ ଖାଇବା ଆବଶ୍ୟକ l ଖାଲି ପେଟରେ ପିଇବା ଦ୍ୱାରା ପତଳା ଝାଡା ହେବାର ସମ୍ଭାବନା ରହିଥାଏ l

Show More

Related Articles

Back to top button