ଓଡ଼ିଶାମୁଖ୍ୟ ଖବର

ମାଡି ଆସୁଛି ବାତ୍ୟା ‘ତଉକ୍‌ତେ’

ଆସନ୍ତୁ ଜାଣିବା ଓଡିଶା ଉପରେ କ’ଣ ରହିବ ପ୍ରଭାବ ?

ମାଡି ଆସୁଛି ବାତ୍ୟା । ଆରବସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ଗୁଜରାଟ କିମ୍ବା ମହାରାଷ୍ଟ୍ର ଉପକୂଳ ଛୁଇଁପାରେ ।ଏହାର ସାମାନ୍ୟ ତମ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ । ଗୁରୁବାର ରାଜ୍ୟର୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ।କୃଷି ପାଣିପାଗ ବିଶାରଦ ଡକ୍ଟରସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀଆରବ ସାଗରରେ ଗୁରୁବାର (୧୩ ତାରିଖ)ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟା ରୂପ ନେଇପାରେ । ଏହା ଆରମ୍ଭରେ ପଶ୍ଚିମ ଉପକୂଳର ଦୂରରେ ତଥାପ୍ରାୟତଃ ସାମନ୍ତରାଳ ଭାବେ ଗତି କରିବ । କେତେକ ମଡେଲ୍‌ କହୁଛି, ଏହା ଗୁଜରାଟ ଆଡ଼େ ମୁହାଁଇବା ସମ୍ଭାବନା ଅଛି । ଏହା ମହାରାଷ୍ଟ୍ର ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାଦ୍ୱାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ ହୋଇ ଅବପାତ ରୂପ ନେବା ପରେ ଏହା ବାବଦରେ ଅଧିକ ଆକଳନ କରିହେବ । ଆରବସାଗରର ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେକାଳବୈଶାଖୀ ସମ୍ଭାବନା ଅଛି । ସର୍ବାଧିକତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ ।

ପାଣିପାଗ ବିଭାଗ କହିଛି, ଗୁରୁବାର ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନସମେତ କେନ୍ଦୁଝର, ମୟୂରଭଞ୍ଜ, ଦକ୍ଷିଣଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନଏବଂ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣରବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟିସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନସହ ବଜ୍ରପାତ ଏବଂ ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ, ବାଲେଶ୍ୱର, ଗଜପତିର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ଦୁଇଦିନ ମଧ୍ୟ କାଳବୈଶାଖୀ ସମ୍ଭାବନା ଅଛିବିଭିନ୍ନ ସ୍ଥାନରେ । କେତେକ ଜାଗାରେ ତାତିବଢ଼ିବା ସମ୍ଭାବନା ମଧ୍ୟ ରହିଛି । ବୁଧବାର ରାଜ୍ୟ ତମାମ ଦିନ ତାପମାତ୍ରା ୩୯ ଡିଗ୍ରୀସେଲସିୟସରୁ କମ୍‌ ଥିଲା । ଆଜି ଦିନଭିତରେ ବିଶେଷ ସ୍ଥାନରେ ବର୍ଷା ହୋଇନାହିଁ ।

Show More

Related Articles

Back to top button