ଜୀବନଚର୍ଯ୍ୟା

ଗ୍ରୀଷ୍ମ ଋତୁରେ ଯାଦୁ, କାଛୁ ଓ କୁଣ୍ଡିଆକୁ ଘରୋଇ ଉପାୟରେ କିପରି ଠିକ କରିବେ

ଗ୍ରୀଷ୍ମ ଋତୁରେ ଶରୀରକୁ ଅଧିକ ସୁସ୍ଥ ରଖିବା ଜରୁରୀ ଅଟେ l ଏହି ଋତୁରେ ବିଶେଷ କରି ଫଙ୍ଗlଲ ଇନଫେକ୍ସନ ହୋଇଥାଏ l ଏହି ପ୍ରକାରର ଇନଫେକ୍ସନ କୁ ଆମେ ଇଂରାଜୀ ରେ ରିଙ୍ଗ ୱାର୍ମ କହିଥାଉ

ତ୍ୱଚା ସହିତ ଯୋଡି ହୋଇଥିବା ସମସ୍ୟା ଗ୍ରୀଷ୍ମ ଋତୁରେ ସାଧାରଣ ଅଟେ l ଯଦି ଏହାକୁ ସମୟ ଥାଉ ଥାଉ ଚିକିତ୍ସା କରାଯାଏ ତେବେ ଏହା ଠିକ ହୋଇ ଯାଇଥାଏ l

ଗବେଷକ ମାନେ ଘରୋଇ ଉପାୟ ରେ କିପରି ଏହିସବୁ ସଂକ୍ରମଣରୁ ନିଜକୁ ଠିକ ରଖିବେ ସ୍ୱର ବିଷୟରେ ଗବେଷଣାରେ ଦର୍ଶାଇ ଛନ୍ତି l କିନ୍ତୁ କିଛିଟା କାରଣ ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ l ଆସନ୍ତୁ ଜାଣିବା ସମସ୍ୟା ଗୁଡିକ କଣ ?

– ଯଦି ଆପଣଙ୍କ ତ୍ୱଚାର କୌଣସି ସ୍ଥାନ ଓଦାଳିଆ ରହିଥାଏ ଦୀର୍ଘ ସମୟ ଧରି l

-ଯଦି ଆପଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହା ହେବାର ସମ୍ଭାବନା ଥାଏ l

– ଯେଉଁ ମାନଙ୍କର ଅଧିକ ଝାଳ ବୋହିଥାଏ ସେମାନଙ୍କ ନିକଟରେ ଏହି ସମସ୍ୟା ଦେଖା ଦେଇଥାଏ l

ଘରୋଇ ଉପାୟ –

* ତେନ୍ତୁଳି ପାଣି – କିଛି ତେନ୍ତୁଳିକୁ ନେଇ କିଛି ସମୟ ପାଇଁ ବତୁରେଇ ଦିଅନ୍ତୁ l ଏହାପରେ ପାଣିକୁ ଛାଣି ସ୍ପ୍ରେ ହେଉଥିବା ଗୋଟିଏ ବୋତଲରେ ଭରି ନିଅନ୍ତୁ l ଏହି ପାଣିକୁ ଦିନକୁ ୩ ରୁ ୪ ଥର ସେହି ସ୍ଥାନରେ ସ୍ପ୍ରେ କରନ୍ତୁ l

* ଭୃଶୁଂଗ ପତ୍ର ଲେପ – ପ୍ରଥମେ କଢାଇ ରେ ପତ୍ରକୁ ସାମାନ୍ୟ ଉଷୁମ କରି ନିଅନ୍ତୁ l ଏହାପରେ ଏହାକୁ ପାଉଡର ଭାବରେ ପ୍ରସ୍ତୁତ କରନ୍ତୁ l ଏହି ଲେପକୁ ସଂକ୍ରମିତ ସ୍ଥାନରେ ଲଗାନ୍ତୁ l

* ଏଲୋବେରା ଜେଲ୍ – ଏଲୋବେରା ଗଛକୁ ଭଲରେ ସଫା କରି ଏଲୋବେରାପତ୍ର ମଝିରୁ ତାର ଜେଲ୍ କୁ ବାହାର କରନ୍ତୁ l ଏହାକୁ ଦିନକୁ ୨ଥର ସଂକ୍ରମିତ ସ୍ଥାନରେ ଲଗାନ୍ତୁ l

* ହଳଦୀ ଓ ଚନ୍ଦନ ଗୁଣ୍ଡ – ଗୋଟିଏ ଚାମଚ ହଳଦୀ ଗୁଣ୍ଡ ଓ ଗୋଟିଏ ଚାମଚ ଚନ୍ଦନ ଗୁଣ୍ଡ କୁ କିଛି ପାଣି ପକାଇ ଗୋଟିଏ ଲେପ ପ୍ରସ୍ତୁତ କରନ୍ତୁ l ଏହି ଲେପକୁ ସଂକ୍ରମିତ ସ୍ଥାନରେ ପ୍ରୟୋଗ କରନ୍ତୁ l କିଛିଦିନ ପରେ ଫଳପ୍ରଦ ହେବ l

Show More

Related Articles

Back to top button