ସ୍ୱାସ୍ଥ୍ୟ

ସୁସ୍ଥ ଫୁସଫୁସ ପାଇଁ କରନ୍ତୁ ଏହି ୫ଟି ଯୋଗ ଆସନ

ଶରୀରରେ ଅକ୍ସିଜେନ ସ୍ତର ବଢାଇବାରେ ସାହାଯ୍ୟ କରିବ

ବର୍ତମାନ ଭାରତରେ କରୋନା ମହାମାରୀ କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଉଛି l ମୁଖ୍ୟ ଅସୁବିଧାଟି ହେଲା ପ୍ରଶ୍ୱାସରେ ଅସୁବିଧା l ତେଣୁକରି ଗବେଷକ ମାନେ ଯୋଗାସନ କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି l ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ l ଆସନ୍ତୁ ଜାଣିବା l

* ତାଡାସନ –
ଆପଣ ସିଧା ସଳଖ ଠିଆ ହୋଇ ନିଜ ହାତକୁ ଉପରକୁ ଟେକି ଟାଣି ହୁଅନ୍ତୁ ,ସେହିସମୟରେ ରେସ୍ପିରେଟୋରି ସିଷ୍ଟମ ରେ ଅକ୍ସିଜେନ ପାଇଁ ଅଧିକ ସ୍ଥାନ ପ୍ରସ୍ତୁତ ହୋଇଥାଏ l ଏହାଦ୍ୱାରା ଫୁସଫୁସ ର କ୍ଷମତା ମଧ୍ୟ ବଢିଥାଏ l

* ମତ୍ସ୍ୟାସନ –
ଆପଣ ପଦ୍ମାସନ ରେ ବସି ଆପଣଙ୍କ ମୁଣ୍ଡକୁ ପଛପଟ କୁ ନୁଆଁନ୍ତୁ l ଧୀରେ ଧୀରେ ଚଟାଣରେ ଲଗାଇ ନିଅନ୍ତୁ l ଛାତି ଉପରକୁ ଉଠି ରହିଥାଏ ,ଫୁସଫୁସ କୁ ଅକ୍ସିଜେନ ପାଇଁ ଅଧିକ ସ୍ଥାନ ମିଳିଥାଏ l

* ତ୍ରିକୋଣାସନ –
ଏହି ଆସନ କରିବା ପାଇଁ ସିଧା ଠିଆ ହୋଇ ଯାଆନ୍ତୁ ,ଦୀର୍ଘ ନିଶ୍ୱାସ ନିଅନ୍ତୁ l ଧୀରେ ଧୀରେ ପ୍ରଶ୍ୱାସ ଛାଡ଼ନ୍ତୁ l ଗୋଟିଏ ହାତ ତଳକୁ ଆଣି ପାଦକୁ ଛୁଅନ୍ତୁ ଓ ଅନ୍ୟ ହାତଟିକୁ ଉପରକୁ ଉପରକୁ ଟେକନ୍ତୁ l ଏଭଳି କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ l

* ବୃକ୍ଷlସନ –
ଏହି ଆସନରେ ଗୋଟିଏ ଗୋଡ଼ରେ ଠିଆ ହୋଇ ଦୁଇ ହାତକୁ ଉପରକୁ ଟେକି ନମସ୍କାର ମୁଦ୍ରାରେ ଠିଆ ହୁଅନ୍ତୁ l ଏହି ସ୍ଥିତି ରେ ଯାଇ ଦୀର୍ଘ ନିଶ୍ୱାସ ନିଅନ୍ତୁ l ତା ପରେ ସାମାନ୍ୟ ସ୍ଥିତିରେ ଫେରି ପ୍ରଶ୍ୱାସ ଛାଡ଼ନ୍ତୁ l

* ବଳାସନ –
ଚଟାଣ ରେ ଆଣ୍ଠୁ ମାଡି ବସି ପଡନ୍ତୁ ,ଯେପରି ଵଜ୍ରସାନ ରେ ବସନ୍ତି l ଏହାପରେ ଆଗକୁ ଧୀରେ ଧୀରେ ନଇଁ ପଡି ମୁଣ୍ଡକୁ ନୂଆନ୍ତୁ l ତା ପରେ ହାତ ଦୁଇଟି କୁ ନେଇ ଗୋଇଠି ସିଧାରେ ରଖନ୍ତୁ l ଏହାଦ୍ୱାରା ଆପଣଙ୍କ ଫୁସଫୁସ ସୁସ୍ଥ ରହିବା ସହିତ ଶ୍ୱାସ ନାଳିରେ ଠିକ ଭାବରେ ଅକ୍ସିଜେନ ଗ୍ରହଣ କରି ହୋଇଥାଏ l

Show More

Related Articles

Back to top button