Breaking PLUSଦେଶମୁଖ୍ୟ ଖବର

ବିଶ୍ୱରେ ତୃତୀୟ ମହାଶକ୍ତି ହେବାକୁ ଯାଉଛି ଭାରତ : ଜଗଦୀପ ଧନଖଡ଼

ଅଟଳ ସ୍ୱାସ୍ଥ୍ୟ ମେଳାର ଉଦଘାଟନ କଲେ ଉପରାଷ୍ଟ୍ରପତି

ଲକ୍ଷ୍ନୌ, ୧୭ ଡିସେମ୍ବର – ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରବିବାର ଲକ୍ଷ୍ନୌର ରାଜାଜୀପୁରମରେ ଆୟୋଜିତ ଅଟଳ ସ୍ୱାସ୍ଥ୍ୟ ମେଳାର ଉଦ୍?ଘାଟନ କରିଛନ୍ତି । ଏହି ଅବସରରେ ଧନଖଡ଼ କହିଛନ୍ତି ଯେ, ଭାରତ ବିଶ୍ୱର ତୃତୀୟ ସୁପର ପାୱାର ହେବାକୁ ଯାଉଛି । ଆଜି ଅଟଳ ଜୀ ଜୀବିତ ଥିଲେ ସେ ଦେଖିଥାନ୍ତେ ଯେ, ଭାରତ ହେଉଛି ବିଶ୍ୱର ପଂଚମ ଅର୍ଥନୀତି । ଆଜି ବିଶ୍ୱ ଆମର ଶକ୍ତିକୁ ସ୍ୱୀକୃତି ଦେଉଛି । ଆସନ୍ତା ପାଂଚ ବର୍ଷ ମଧ୍ୟରେ ଆମେ ଜାପାନ ଏବଂ ଜର୍ମାନୀକୁ ପଛରେ ପକାଇକୁ ।

ଏହି ଅବସରରେ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ଲକ୍ଷ୍ନୌର ମେୟର ସୁଷମା ଖର୍କୱାଲ ଏବଂ ରାଜ୍ୟସଭା ସଦସ୍ୟ ସୁଧାଂଶୁ ତ୍ରିବେଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି କହିଛନ୍ତି ଯେ, ସେ ଅଟଳ ଜୀଙ୍କୁ ବହୁତ ମିସ୍ କରୁଛନ୍ତି । ଅଟଳ ଜୀ ତାଙ୍କ ନୀତି ଉପରେ ଦୃଢ଼ ରହିଲେ । ଯେତେବେଳେ ମୁଁ କେନ୍ଦ୍ରମନ୍ତ୍ରୀ ଥିଲି, ସେତେବେଳେ ମୁଁ ୟୁରୋପୀୟ ସଂସଦକୁ ଯିବାର ସୁଯୋଗ ପାଇଲି । ମୋତେ୧୫ ଦିନ ପର୍ଯ୍ୟନ୍ତ ଅଟଳ ଜୀଙ୍କ ସାନ୍ନିଧ୍ୟ ମିଳିଥିଲା ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଲ୍ ପାରିତ କରି ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟକରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଛି । ବର୍ତମାନ ମହିଳାମାନେ ଲୋକସଭା ଏବଂ ଆସେମ୍ବ୍ଲିରେ ଏକ ତୃତୀୟାଂଶ ପ୍ରତିନିଧିତ୍ୱ ପାଇବେ ।ଏହା ଏକ ବିରାଟ ବୈପ୍ଳବିକ ପଦକ୍ଷେପ । ଏହି ସଂରକ୍ଷଣ ସାମାଜିକ ନ୍ୟାୟର ପ୍ରତୀକ ।

Show More

Related Articles

Back to top button