ଦେଶମୁଖ୍ୟ ଖବର

ବାୟୁସେନା ନିର୍ମାଣ କଲା ସ୍ୱଦେଶୀ ଏୟାର ଡିଫେନ୍ସ ସିଷ୍ଟମ ‘ସମର’

‘ଅଗ୍ନିଶକ୍ତି’ର ଅଭ୍ୟାସ ସମୟରେ ଫାୟାରିଂ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନା ଅଭ୍ୟାସ ‘ଅଗ୍ନିଶକ୍ତି’ ସମୟରେ ସ୍ୱଦେଶୀ ବାୟୁ ରକ୍ଷା ପ୍ରଣାଳୀ ‘ସମର’ର ଫାୟାରିଂ ପରୀକ୍ଷଣ ସଫଳ ହୋଇଛି । ବାୟୁସେନା ଷ୍ଟେସନ ସୂର୍ଯ୍ୟ ଲଙ୍କାରେ ଆୟୋଜିତ ଅଭ୍ୟାସ ସମୟରେ ଇନ୍ ହାଉସ ଡିଜାଇନ ଓ ବିକଶିତ ଭୂପୃଷ୍ଠରୁ ବାୟୁକୁ ଭେଦ କରିବା ଭଳି ମିସାଇଲ ପ୍ରଣାଳୀ ପ୍ରଥମ ଥର ଭାଗ ନେଇ ବିଭିନ୍ନ ପରିସ୍ଥିତିରେ ଫାୟାରିଂ ପରୀକ୍ଷଣ ଉଦ୍ଦେଶ୍ୟକୁ ସଫଳତାପୂର୍ବକ ହାସଲ କରିଛି । ଏହି ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାର ମେଣ୍ଟେନାନ୍ସ କମାଣ୍ଡ ଅଧୀନରେ ଥିବା ଏକ ୟୁନିଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଏହି ପ୍ରଣାଳୀ ମେକ 2 ରୁ 2.5 ବେଗରେ କାର୍ଯ୍ୟ କରୁଥିବା କ୍ଷେପଣାସ୍ତ୍ର ସହିତ ବାୟୁ ବିପଦକୁ ପ୍ରତିରୋଧ କରିପାରିବ । ‘

Show More

Related Articles

Back to top button