Breaking PLUSଦେଶମୁଖ୍ୟ ଖବର

କାଶୀରେ ପିଏମ ମୋଦିଙ୍କୁ ଶାହୀ ସ୍ୱାଗତ, ରାସ୍ତାରେ ଜମିଲା ଲୋକଙ୍କ ଭିଡ

ବିଭିନ୍ନ ସ୍ଥାନରେ ପିଏମ ମୋଦିଙ୍କ ଉପରେ ପୁଷ୍ପ ବର୍ଷା

ବାରଣାସୀ, 17 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି । ପିଏମଙ୍କ ଗସ୍ତକୁ ନେଇ ସାଧାରଣ ଲୋକଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ପୂରା ଉତ୍ସାହିତ ହୋଇପଡିଛନ୍ତି । ହର ହର ମହାଦେବଙ୍କ ପରାମ୍ପରାଗତ ଉଦଘୋଷ ସହିତ ପିଏମଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ବାବତପୁର ଏୟାରପୋର୍ଟରୁ ସହର ଯାଏ ପାଖାପାଖି 19 କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ପିଏମଙ୍କ କାଫିଏେକୁ ଦେଖି ଗଗନଭେଦି ନାରା ଦେଇଥିଲେ । ନିଜର କାଶୀ ନାଗରିକଙ୍କୁ ଏହି ଭଲ ପାଇବା ଦେଖି ଗଦଗଦ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ । କେତେବେଳେ ହାତ ଯୋଡି ତ କେତେବେଳେ ହାତ ହଲାଇ ଲୋକଙ୍କ ଅଭିବାଦନ ସ୍ୱୀକାର କରିଥିଲେ ପିଏମ ମୋଦି ।ଏୟାରପୋର୍ଟରୁ ନଦେସର ମିଣ୍ଟ ହାଉସ ଯାଏ ପିଏମ ସ୍ୱାଗତରେ ପୁଷ୍ପବର୍ଷା ହୋଇଥିଏା । ଲୋକଙ୍କ ସହ ପିଲାମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା ।

Show More

Related Articles

Back to top button