Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ଆତଙ୍କବାଦୀ ଧରାପଡିବା ଘଟଣା, ତଦନ୍ତରେ ସହଯୋଗ କରିବ ଏନଆଇଏ

ଭୁବନେଶ୍ୱର, 17 ଡିସେମ୍ବର – ଓଡିଶାରୁ ଆତଙ୍କବାଦୀ ସୟଦ ଇସାନ ବୁଖାରୀ ଧରା ପଡିବା ଘଟଣା । ଖୁବଶୀଘ୍ର ତଦନ୍ତରେ ସହଯୋଗ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ଅଭିଯୁକକୁ ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ । କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପର୍କରେ ଥିଲା ଇଶାନ । ପିଏମଓରେ ଚାକିରୀ କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ସୂଚନା ମିଳିଛି । ଖୁବଶୀଘ୍ର ସେମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ । କେରଳର କିଛି ମୌଲବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ସେ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା ଏସଟିଏଫ ସୂଚନା ଦେଇଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ରଗଡି ସ୍ଥିତ ଉପକାରାଗାରକୁ ପଠାଯାଇଛି । ଆସନ୍ତାକାଲି ରିମାଣ୍ଡ ପାଇଁ ଆବେଦନ କରିପାରେ ଏସଟିଏଫ ।

Show More

Related Articles

Back to top button