Breaking PLUSଓଡ଼ିଶାମୁଖ୍ୟ ଖବର

ଅଜଣା ଗାଡି ଧକ୍କାରେ ଦୁଇ ମୃତ

ଭୁବନେଶ୍ୱର, 17 ଡିସେମ୍ବର -ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ଅଛନ୍ତି । ଖୁଣ୍ଟାରୁ ନିଜ ଗ୍ରାମ ଶିଳଘାଟିକୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ଶିଳଘାଟି ଛକ ଠାରେ ଘଟିଛି ଏହି ଦୁର୍ଘଟଣା । ଦୁଇ ମୃତକ ହେଲେ ଛୋଟରାୟ ସିଂ (20) ଓ ତପନ ମୁର୍ମୁ (18) ଅନ୍ୟ ଜଣେ ଛାତ୍ର ମୁକୁନ୍ଦ ସୋରେନ ଗୁରୁତର ଅଛନ୍ତି । ଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button