ବଲିଉଡମନୋରଞ୍ଜନ

ଭେଟେରାନ୍ ଅଭିନେତା ଅମିତାଭ ଦୟାଲଙ୍କ ୫୧ ବର୍ଷ ବୟସରେ ହୃଦଘାତରେ ପରଲୋକ

ଅଭିନେତାଙ୍କ ପତ୍ନୀ, ନିର୍ମାତା-ଚଳଚ୍ଚିତ୍ର ନିର୍ମାତା ମ୍ରିଣାଲୀନି ପାଟିଲ ଏନେଇ ସୂଚନା ଦେଇଛନ୍ତି ।

ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲଙ୍କ ପରଲୋକ । ୫୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ । ପତ୍ନୀ କହିଛନ୍ତି ଆଜି ସକାଳ ୪.୩୦ରେ ଅମିତାଭଙ୍କ ଦେହାନ୍ତ ହୋଇଛି । ଜାନୁଆରୀ ୧୭ରେ ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହା ପରେ ତାଙ୍କର କୋଭିଡ -19 ପରୀକ୍ଷା ହୋଇଥିଲା । ହେଲେ ରିପୋର୍ଟ ନେଗେଟିଭ ଆସିଥିଲା । ପତ୍ନୀ ମ୍ରିଣାଳିନୀ କହିଛନ୍ତି ମୁମ୍ବାଇରେ ତାଙ୍କର ଅନ୍ତିମ ସଂତ୍କାର କରାଯିବ । ଯେହେତୁ ଅମିତାଭଙ୍କ ପରିବାର ଛତିଶଗଡର, ତେବେ ତାଙ୍କ ପରିବାର ଲୋକ ଆସିବା ପରେ ତାଙ୍କର ଅନ୍ତ୍ୟଷ୍ଟି କରାଯିବ । ଆମେ ସେମାନଙ୍କ ଅପେକ୍ଷାରେ ରହିଛୁ । ଗତ କିଛିଦିନ ତଳେ ଇନଷ୍ଟାଗ୍ରାମ ଦୟାଲ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ । ତେବେ ଏହି ପୋଷ୍ଟଟି ଥିଲା ହସ୍ପିଟାଲ ବେଡରୁ । ସେଥିରେ ସେ କହିଥିଲେ କେବେ ହାର ମାନିବେ ନାହିଁ ।

ଯେତେ ଯାହା ହେଲେ ବି ନଇଁଯିବେନି । ଭଗବାନ ତମୁର ପରୀକ୍ଷା ନେଉଛି ଯ, ତୁମେ କେତେଦୂର ସଂଘର୍ଷ କରିପାରୁଛ । ସମସ୍ତଙ୍କୁ ଭଲ ପାଅ A.D…
ଦୟାଲ ଭୋଜପୁରୀ ଚଳଚ୍ଚିତ୍ର ରଙ୍ଗଦାରୀ (୨୦୧୨) ଏବଂ ରାଜ ବାବରଙ୍କ ଧୁଆନ୍ (୨୦୧୩), ଅମିତାଭ ବଚ୍ଚନଙ୍କ ବୀରୁଧ (୨୦୦୫) ସହିତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ପି ଆକାଶଙ୍କ ଦିଲ୍ଲଗୀରେ ମଧ୍ୟ କାମ କରିଥିଲେ ।

Show More

Related Articles

Back to top button