ଦେଶ ବିଦେଶବାଣିଜ୍ୟ

କେନ୍ଦ୍ର ବଜେଟ୍ ନେଇ ଇଲେକ୍ଟ୍ରୋନିକ୍ସ କମ୍ପାନୀ ନିରାଶ

ସ୍ମାର୍ଟ ଟିଭି ଓ ଏସି ଉପରେ GST ହ୍ରାସ ନ ହେବାରୁ କ୍ଷୋଭ

କେନ୍ଦ୍ର ବଜେଟ୍ ୨୦୨୨ ଦେଶରେ ଉଭୋକ୍ତା ଇଲେକ୍ଟ୍ରୋନିକ ନିର୍ମାତାଙ୍କୁ ନିରାଶ କରିଛି। କାରଣ ଏଥିରେ ସ୍ମାର୍ଟ ଟିଭି ଅଥବା ଅନ୍ୟ ଉତ୍ପାଦ ଉପରେ କୌଣସି ରିହାତି ଅଥବା ଜିଏସଟି ହ୍ରାସ ନେଇ ଘୋଷଣା ହୋଇ ନାହିଁ। ବଜେଟ୍ ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବାକୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀମାନେ ଅର୍ଥମନ୍ତ୍ରାଳୟଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୩୨ ଇଞ୍ଚ ଟେଳିଭିଜନ ସେଟ୍ ଉପରେ ୨୮ ପ୍ରତିଶତ ଜିଏସଟିକୁ ବିନାକାରଣରେ ଅଧିକ ବୋଲି କହିଥିଲେ। ପାନାସୋନିକ ଇଣ୍ଡିଆଙ୍କ ସିଇଓ ମନିଷ ଶର୍ମାଙ୍କ ଅନୁସାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଦ୍ରୁଷ୍ଟିରୁ ଆମେ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ରିହାତିର ଆଶା କରିଥିଲୁ। ଫଳରେ ଗ୍ରାହକଙ୍କ ଚାହିଦା ଆଧାରରେ ବିକାଶକୁ ମଧ୍ୟ ଗତି ମିଳିଥାନ୍ତା। ଦେଶରେ ବଡ ପରଦାଥିବା ଟିଭି ଓ ବାତାନୁକୂଳିତ ଯନ୍ତ୍ର ଆଉ ଲକଜୁରୀ ଆଇଟମ ହୋଇ ନାହିଁ। ଏହା ସତ୍ତ୍ୱେ ଏଇ ବାହାନାରେ ଗ୍ରାହକଙ୍କ ଠାରୁ ୨୮ ଓ ୧୮ ପ୍ରତିଶତ ଜିଏସଟି ଶୁଳ୍କ ଅସୁଲ ହେଉଛି। ତେବେ ବଜେଟ୍‌ରେ ଏ ନେଇ କିଛି ପ୍ରାବଧାନ ନଥିବା ବେଳେ ଆଗକୁ ଜିଏସଟି କାଉନସିଲ କଣ କରୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର ରହିବ ବୋଲି ସେ କହିଛନ୍ତି। ଭାରତ ଟେଲିଭିଜନ ଲାଗି ବିଶ୍ୱର ତୃତୀୟ ବଡ ବଜାର ହୋଇପାରିବ। ଏହାର ବଜାର ଆକାର ୧୫ ପ୍ରତିଶତ ହାରରେ ବଢ଼ି ପାରିବ। ବାର୍ଷିକ ୧.୬ କୋଟି ୟୁନିଟ୍ ବିକ୍ରି ହୋଇପାରିବ। ହେଲେ ଏଥିରେ ଜିଏସଟିଙ୍କ ଶୁଳ୍କ ବାଧକ ପାଲଟିଛି।

ସ୍ଥାନୀୟ ମେନଫେକ୍ଚରିଂ ଲାଗି ଏକ ସ୍ଥିର ଜିଏସଟି ସ୍ଲାବର ଆବଶ୍ୟକ କରୁଛି। ଗତ ୪ ମାସରେ କେନ୍ଦ୍ର ସରକାର ରେକର୍ଡ ଜିଏସଟି ସଂଗ୍ରହ କରିଛନ୍ତି। ଏହା ସତ୍ତ୍ୱେ ୮୧ ସେଣ୍ଟିମିଟରରୁ ଅଧିକ ସ୍ମାର୍ଟ ଟେଲିଭିଜନ ଉପରେ ଶୁଳ୍କ ହାର ଏବେବି ୨୮ ପ୍ରତିଶତ ଥିବା ସୁପର ପ୍ଲାଷ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡର ସିଇଓ ଅବନୀତ ସିଂହ ମାରୱାହ କହିଛନ୍ତି। ଆମେ ଭାବିଥିଲୁ ବଜେଟରେ ଏହା ୧୮ ପ୍ରତିଶତକୁ ଖସିଯିବ। ଫଳରେ ଲୋକେ ଶସ୍ତାରେ ଟିଭିକିଣିପାରିବେ। ଏମିତି ବି ଶୁଣା ଯାଉଥିଲା ସରକାର ପିଏଲଏ ଯୋଜନାରେ ଟେଲିଭିଜନକୁ ବି ସାମିଲ କରିବେ। ହେଲେ ବଜେଟରୁ ଏହା ଗାୟବ । ଇଣ୍ଡିଆ ସେଲ୍ୟୁଲାର ଏଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ( ଆଇସିଇଏ) ମଧ୍ୟ ରଙ୍ଗୀନ ଟେଲିଭିଜନରେ ଜିଏସଟି ହ୍ରାସ ଲାଗି ସୁପାରିଶ କରିଥିଲା। ଅତ୍ୟନ୍ତ ଉଚ୍ଚ ଜିଏସଟି ଉଦ୍ୟୋଗକୁ ପ୍ରଭାବିତ କରୁଥିବା ସୂଚିତ କରାଯାଇଥିଲା। କେବଳ ଟେଲିଭିଜନ ନୁହେଁ ଏୟାର କଣ୍ଡିସନର ବଜାର ଅବସ୍ଥା ମଧ୍ୟ ସମାନ। ଏଣୁ ଫିକ୍ସଡ ସ୍ପିଡ ଓ ଇନଭର୍ଟର ଆଧାରିତ ଏୟାର କଣ୍ଡିସନର ଲାଗି ଜିଏସଟି ହାର ୧୮ ପ୍ରତିଶତ କରି ଏହାକୁ ତର୍କ ସଙ୍ଗତ କରାଯାଉ ବୋଲି ଆସୋସିଏସନ ଦାବି କରିଛି।

Show More

Related Articles

Back to top button