ମୁଖ୍ୟ ଖବର

କରୋନା କାଳରେ ମହଙ୍ଗା ମାଡ଼

ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବଢିବା ସାଙ୍ଗକୁ ପନିପରିବା ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହେଲାଣି । ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ବେଶ୍‌ ପ୍ରଭାବ ପକାଉଛି । ବର୍ତ୍ତମାନ ଦିୱାଲୀ ଏବଂ ଛଟ୍‌ ପୂଜା ପାଖେଇ ଆସୁଥିବାରୁ ବର୍ଦ୍ଧିତ ମୂଲ୍ୟକୁ ନେଇ ସାଧାରଣ ଲୋକ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦେଶର ଅନେକ ରାଜ୍ୟରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଶନିବାର ଦିନ କ୍ରମାଗତ ଭାବେ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲର ହାର ୩୫ ପଇସା ବୃଦ୍ଧି ପାଇଛି ।

ସରକାରଙ୍କ ଉଦ୍ୟମ ପରେ ଟମାଟୋର ମୂଲ୍ୟ ନିୟନ୍ତ୍ରଣ କରାଯାଉଛି । କିଛି ସମୟ ପୂର୍ବରୁ ପ୍ରାୟ ୧୦୦ ଟଙ୍କା ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ଖୁଚୁରା ବଜାରରେ କିଲୋଗ୍ରାମ ପିଛା ୪୦ ରୁ ୪୫ ଟଙ୍କା ବିକ୍ରି ହେଉଛି । ଦିଲ୍ଲୀର ଅନେକ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଛି । ଏଥି ସହିତ ବିଭିନ୍ନ ପନିପରିବା ଦର କିଲୋଗ୍ରାମ ପିଛା ୫୦ ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ରାଜଧାନୀରେ ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରୁ ଅଧିକ ବିକ୍ରି ହେଉଛି ।

Show More

Related Articles

Back to top button