Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ନଭେମ୍ବର ୩୦ ଯାଏଁ ବୃଦ୍ଧି

ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଜାରି ରହିଥିବା କଟକଣାର ଅବଧି ବୃଦ୍ଧି କରାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ(ଡିଜିସିଏ) ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୩ରୁ ଭାରତରେ ଜାରି ରହିଥିବା ଅନ୍ତର୍ଜାତୀୟ ବିମାନ କଟକଣା ଅକ୍ଟୋବର ୩୧ରେ ଶେଷ ହେବାର ଥିଲା ।

କିନ୍ତୁ ଡିଜିସିଏ ଅନୁମତିପ୍ରାପ୍ତ କେତେକ ନିର୍ଦ୍ଦିଷ୍ଟ ବିମାନ ବ୍ୟତୀତ ଅନ୍ୟ ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ ରୋକ ଲଗାଯାଇଛି । କେତେକ କଟକଣା ସହ ଆମେରିକା, ଜର୍ମାନୀ, ଦୁବାଇ, ବ୍ରିଟେନ, କାନାଡା ଏବଂ ଫ୍ରାନ୍ସ ସହ ନିର୍ଦ୍ଦିଷ୍ଟ ରୁଟ୍‌ରେ ଭାରତ ବାଣିଜ୍ୟିକ ବିମାନ ଉଡ଼ାଣ ଜାରି ରଖିଛି ।

Show More

Related Articles

Back to top button