Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

KBCରେ ଓଡ଼ିଶା ସଂପର୍କିତ ପ୍ରଶ୍ନ

KBCରେ ଓଡ଼ିଶା ସଂପର୍କିତ ପ୍ରଶ୍ନ । ପ୍ରଶ୍ନଟି ଥିଲା- “ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?” କୌନ୍ ବନେଗା କରୋଡପତିର ସିଜିନ-୧୩ରେ ଏହି ପ୍ରଶ୍ନ ପଚାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି ।

ଉତ୍ତରରେ ଚାରିଟି ରାଜ୍ୟର ନାଁ ଅପସନରେ ଥିଲା । ତାଲିକାରେ ରହିଥିଲା ଓଡ଼ିଶା, ତ୍ରିପୁରା, ମଣିପୁର ଓ ଝାଡ଼ଖଣ୍ଡର ନାଁ । ଯାହାର ସଠିକ ଉତ୍ତର ହେଉଛି ଓଡ଼ିଶା । ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶା ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛି । ଗତବର୍ଷ ଜୁନ୍ ୭ ତାରିଖରେ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିଲା । ୧୯୧୨ ମସିହାରେ ଏହି ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ।

 

Show More

Related Articles

Back to top button