Breaking PLUSଦେଶମୁଖ୍ୟ ଖବର

ଉତ୍ତରକାଶୀ ସିଲକ୍ୟାରା ଟନେଲ ଦୁର୍ଘଟଣା: ଟନେଲରେ ଭର୍ଟିକାଲ ଡ୍ରିଲିଂ ପାଇଁ 4ଟି ସ୍ଥାନ ଚିହ୍ନଟ

ଉତ୍ତରକାଶୀ- ଉତ୍ତରକାଶୀର ନିର୍ମାଣଧୀନ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା 41 ଶ୍ରମିକଙ୍କୁ ଏବେ ସୁଦ୍ଧା ଉଦ୍ଧାର କରାଯାଇନାହିଁ । ସୁଡଙ୍ଗରେ ଭର୍ଟିକାଲ ଡ୍ରିଲିଂ ପାଇଁ 4ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହାର ମୁକାବିଲା ପାଇଁ ଟେକ୍ନୋଲୋଜି ସହିତ ଆସ୍ଥାର ସାହାରା ନିଆଯାଇଛି । ଏଥିପାଇଁ ସୁଡଙ୍ଗ ବାହାରେ ବୈଖନାଗ ଦେବତାଙ୍କ ମନ୍ଦିର ସ୍ଥାପନା କରାଯାଇଛି । ଆଜି ରବିବାର ରେସକ୍ୟୁ ଅପରେସନର ଅଷ୍ଟମ ଦିନ ।
ରବିବାର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରକାଶୀର ସିଲକ୍ୟାରାରେ ପହଞ୍ଚି ରେସକ୍ୟୁ ଅପରେସନର ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସିଲକ୍ୟାରା ସୁଡଙ୍ଗ ସ୍ଥଳର ଅନୁଧ୍ୟାନ କରିବା ସହ ଏବେ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରିଛନ୍ତି । ଏବେ ସିଲକ୍ୟାରା ସୁଡଙ୍ଗର ଉପର ଡ୍ରିଲିଂ ପାଇଁ 4ଟି ଅସ୍ଥାୟୀ ମାର୍ଗ ପ୍ରସ୍ତୁତ କରାଯାଇଛି । ଉପରେ ଗୋଟିଏ ପୋକଲ୍ୟାଣ୍ଡ ମେସିନ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି ।

Show More

Related Articles

Back to top button