Breaking PLUSଦେଶମୁଖ୍ୟ ଖବର

ୟୁପିର ନୋଇଡ଼ାରେ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର

ଉତ୍ତର ପ୍ରଦେଶର ନୋଇଡ଼ାରେ ନିର୍ମାଣ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ମାଣ ହେବ ଏହି ବିମାନ ବନ୍ଦର । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏହି ରାଜ୍ୟରେ ରହିବ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର । ବର୍ତ୍ତମାନ ରାଜ୍ୟରେ ୮ ବିମାନବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ୧୩ଟି ବିମାନବନ୍ଦର ଏବଂ ୭ଟି ଏୟାରଷ୍ଟ୍ରିପ୍ ବିକଶିତ ହେଉଛି ।

ଏହି ରାଜ୍ୟରେ ୫ମ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା ଚାଲିଥିବା ୟୁପି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଏହା କାର୍ଯ୍ୟକ୍ଷମ ହେବା ପରେ ଲୋକମାନେ ଏଠାରୁ ସିଧାସଳଖ ବିଦେଶ ଯିବା ପାଇଁ ବିମାନ ପାଇପାରିବେ । ଆସନ୍ତା ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶୁଭାରମ୍ଭ କରିବେ ବୋଲି ଜଣାଯାଇଛି ।

୨୦୧୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଏବଂ ବାରାଣାସୀରେ କେବଳ ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର ଥିଲା । ଅକ୍ଟୋବର ୨୦ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦଘାଟନ ପରେ କୁଶୀନଗରର ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅଯୋଧ୍ୟାରେ ବିମାନବନ୍ଦର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ବର୍ଷ ଆରମ୍ଭରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହାବାଦ ନୋଏଡା ନିକଟ ଜୁଆରରେ ପଞ୍ଚମ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେବ । ଏଠାରୁ ଲୋକମାନେ ବିଦେଶ ଯିବା ପାଇଁ ବିମାନ ପାଇପାରିବେ ।

ଏହି ବିମାନବନ୍ଦର ନିର୍ମାଣ ପାଇଁ, ମଲ୍ଟି-ମୋଡାଲ୍ ସଂଯୋଗ କରାଯାଇଛି । କାରଣ ଏହା ବର୍ତ୍ତମାନର ଯମୁନା ଏକ୍ସପ୍ରେସୱେ ଏବଂ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ନିକଟରେ ଅଛି । ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୧୨ କୋଟି ଯାତ୍ରୀଙ୍କୁ ସେବା ମିଳି ଏବଂ ୩୬ ମାସରେ ଏହି କାମ ଶେଷ ହେବ ।

Show More

Related Articles

Back to top button