Breaking PLUSଓଡ଼ିଶାପାଣିପାଗ

ଆସନ୍ତା ୨୬ରୁ ରାଜ୍ୟରେ ବଢିବ ଶୀତ

ରାଜ୍ୟରେ ବର୍ତ୍ତମାନ ପାଗ ମେଘୁଆ ଓ କୋହଲା ରହିଥିବା ବେଳେ ଆଗକୁ ଧିରେ ଧିରେ ପାଗରେ ପରିବର୍ତ୍ତନ ଆସିବ ଏବଂ ରାତି ତାପମାତ୍ରା ମଧ୍ୟ କମିବ । ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବା ସହ ତାପମାତ୍ରା ପ୍ରାୟ ୫ ରୁ ୬ ଡିଗ୍ରୀ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ନଭେମ୍ବର ମାସରେ ବଙ୍ଗୋପସାରରେ ସୃଷ୍ଟ ଚତୁର୍ଥ ଲଘୁଚାପ ହେବ । ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁବ ।

Show More

Related Articles

Back to top button