Breaking PLUSମୁଖ୍ୟ ଖବର

ଠିକା ଡ଼ାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ଠିକା ଡ଼ାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ଆଉଟସୋସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଡ଼ାଟାଏଣ୍ଟ୍ରି ଅପରେଟର ,ଲୋକାଲ ଫଣ୍ଡ ଅଡ଼ିଟ୍‌,ସବରେଜିଷ୍ଟ୍ରିରେ କାର୍ଯ୍ୟରତ ଡ଼ାଟାଏଣ୍ଟି ଅପରେଟର,ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡ଼େମୀରେ କାର୍ଯ୍ୟରତ ଡ଼ାଟାଏଣ୍ଟ୍ରି ଅପରେଟର ଆଦିଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ ।

ନିର୍ଦ୍ଦେଶ ଅନୁସାରେ ୩ମାସ ମଧ୍ୟରେ ନିୟମିତ ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ଠିକା କର୍ମଚାରୀଙ୍କୁ ନେଇ ଥିବା ମାପଦଣ୍ଡରେ ନିୟମିତ ପାଇଁ ମଧ୍ୟ ନିର୍ଦ୍ଦେଶ ଆସିଛି ।

୪ ଭାଗରେ କାର୍ଯ୍ୟରତ ୧୫ଶହରୁ ଅଧିକ ଥିବା ଠିକା କର୍ମଚରୀ ଏହା ଦ୍ୱାରା ଉପଲବ୍ଧ ହେବେ ।ସୁଚନା ଅନୁସାରେ ଦୀର୍ଘଦିନ ଧରି ଆଉଟସୋସିଂ ଜରିଆରେ କାର୍ଯ୍ୟ କରୁଥିଲେ ଡ଼ାଟାଏଣ୍ଟ୍ରି ଅପରେଟର ।

ସରକାରଙ୍କ ସମସ୍ତ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଆବଶ୍ୟକତା ପୂରଣ ହୋଇପାରିନଥିଲା । ଏପରକି କିଛି ଦିନ ତଳେ ସେମାନଙ୍କ ତରଫରୁ ଧାରଣା ମଧ୍ୟ ଦିଆଯାଇଥିଲା । ହେଲେ ବର୍ତ୍ତମାନ ୩ମାସ ମଧ୍ୟରେ ରେଗୁଲାର୍ କରିବାକୁ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଶ ଆସିଛି ।

Show More

Related Articles

Back to top button