ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ଶୁଷ୍କ କେଶ ପାଇଁ ବ୍ୟବହାର କରନ୍ତୁ ଏହି ମାସ୍କ

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଲାଣି । ଏହି ଦିନେ ଶରୀର ସହ କେଶ ମଧ୍ୟ ଶୁଷ୍କ ହୋଇଥାଏ । ଏପରି ସ୍ଥିତିରେ ରୂପି ସମସ୍ୟା ବଢିଯାଏ । ଯେଉଁଥି ପାଇଁ କେଶ ଝଡିବା ଆରମ୍ଭ ହୋଇଥାଏ । ଏହି ସମୟରେ ଅନେକ ପାର୍ଲରକୁ ଯାଇ ବିଭିନ୍ନ ପ୍ରକାରର ହେୟାର ସ୍ପା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ପାର୍ଲରକୁ ଯାଇ ହେୟାର ସ୍ପା କରିବାକୁ ପଡିବ ନାହିଁ, କାରଣ ଆମେ ଆପଣଙ୍କୁ ଏପରି ହେୟାର ମାସ୍କ ବିଷୟରେ କହିବୁ, ଯାହା ଦ୍ୱାରା ଆପଣ ଅତି ସହଜରେ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

ତେବେ ଆପଣମାନେ ଘରେ ରଖାଯାଇଥିବା ଅଖରୋଟରୁ ତୁରନ୍ତ ଏକ ହେୟାର ମାସ୍କ ତିଆରି କରିପାରିବେ ଏବଂ ଆପଣ କେଶ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ।

-ଅଖରୋଟ ହେୟାର ମାସ୍କ ତିଆରି ପାଇଁ ଉପାଦାନଗୁଡିକ ହେଉଛି-
୧୦ ରୁ ୧୨ ଅଖରୋଟ ।
ଏକ କପ୍ ଦହି ।
ଗୋଟିଏ ଚାମଚ ଲେମ୍ବୁ ରସ ।
ଗୋଟିଏ ଚାମଚ ଗୋଲାପ ଜଳ ।

-ହେୟାର ମାସ୍କ କିପରି ତିଆରି କରିବେ ।

ଅଖରୋଟ ହେୟାର ମାସ୍କ ତିଆରି କରିବାକୁ ପ୍ରଥମେ ୧୦-୧୨ ଅଖରୋଟକୁ ପାଣିରେ ଭିଜାଇ ଦିଅନ୍ତୁ ।
ଯେତେବେଳେ ଏହା ଭଲ ଭାବେ ଫୁଲିଯାଏ, ଏହାକୁ ଗ୍ରାଇଣ୍ଡରରେ ମିଶ୍ରଣ କରନ୍ତୁ ।
ଏବେ ଏହାକୁ ଏକ ପାତ୍ରରେ ବାହାର କରି ପରେ ସେଥିରେ ଭଲ ଭାବେ ଦହି, ଲେମ୍ବୁ ରସ ଏବଂ ଗୋଲାପ ପାଣି ମିଶାଇ ଭଲ ଭାବରେ ମିଶାନ୍ତୁ ।
ଏହି ହେୟାର ମାସ୍କକୁ ଆପଣଙ୍କ କେଶର ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ୩୦ ମିନିଟ୍ ପାଇଁ ଛାଡିଦିଅନ୍ତୁ ।
ଏହା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । କେଶ ଶୁଖିଗଲେ, ଅଖରୋଟ ତେଲ ଲଗାନ୍ତୁ ଏବଂ ପରଦିନ ସାମ୍ପୁରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହି ହେୟାର ମାସ୍କ ଲଗାଇବା ଦ୍ୱାରା କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯାଏ ।

ଫାଇବର, ଭିଟାମିନ୍, ମିନେରାଲ୍ସ ବ୍ୟତୀତ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, ସେଲେନିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ଅଖରୋଟରେ ମିଳିଥାଏ, ଯାହା ଆମ ଚର୍ମ, କେଶ ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେଥିପାଇଁ ଆପଣ ଏହାକୁ ଖାଦ୍ୟଠାରୁ ଆରମ୍ଭ କରି ଆପଣଙ୍କ ଚର୍ମ ଏବଂ କେଶକ୍ଷହ ବ୍ୟବହାର କରିପାରିବେ ।

Show More

Related Articles

Back to top button