ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଆଲ୍‌ଫାବେଟ୍ ସିଇଓ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଆଲ୍‌ଫାବେଟ୍ ସିଇଓ ସୁନ୍ଦର ପିଚାଇ। ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମଦୁରାଇ ଜନ୍ମିତ ପିଚାଇ ପରିବାରର ଘନିଷ୍ଠ ସଦସ୍ୟଙ୍କ ଗହଣରେ ଶୁକ୍ରବାର ଦିନ ସାନ୍ ଫ୍ରାନ୍ସିସ୍କୋରେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଭାରତର ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁଙ୍କଠାରୁ ପଦ୍ମ ଭୂଷଣ ଗ୍ରହଣ କରିବା ବେଳେ ୫୦ ବର୍ଷିୟ ପିଚାଇ କହିଛନ୍ତି ଯେ, ଭାରତ ମୋର ଏକ ଅଂଶବିଶେଷ। ମୁଁ ଯୁଆଡେ ଯାଏଁ ଭାରତକୁ ସାଥିରେ ନେଇଯାଏ। ଏଭଳି ମହାନ୍ ସମ୍ମାନ ଲାଗି ଭାରତ ସରକାର ଓ ଭାରତବାସୀଙ୍କ ପ୍ରତି ମୁଁ କୃତଜ୍ଞ। ମତେ ଗଢ଼ିଥିବା ଦେଶ ଏଭଳି ଭାବେ ମତେ ସମ୍ମାନ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ପ୍ରଶଂସା କରି କହିଛନ୍ତି, ମୋଦିଙ୍କୁ ‘ଡିଜିଟାଲ୍ ଇଣ୍ଡିଆ ଭିଜନ୍‌’ ନିଶ୍ଚିତରୂପେ ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦୁଇ ଦଶନ୍ଧି ହେବ ସରକାର, ବାଣିଜ୍ୟ ଏବଂ ବିଭିନ୍ନ ସଙ୍ଗଠନ ସହ ମିଶି ‘ଗୁଗଲ୍‌’ ଭାରତରେ ନିବେଶ କରି ଚାଲିଥିବାରୁ ମୁଁ ବେଶ୍ ଖୁସି।

ଅନ୍ୟପଟେ ଭାରତୀୟ ରାଷ୍ଟ୍ରଦୂତ ତରନ୍‌ଜିତ ସିଂହ ପିଚାଇଙ୍କୁ ପଦ୍ମ ଭୂଷଣରେ ସମ୍ମାନରେ ସମ୍ମାନୀତ କରି କହିଛନ୍ତି, ପିଚାଇଙ୍କୁ ପଦ୍ମ ଭୂଷଣ ଦେଇ ମୁଁ ବେଶ୍ ଖୁସି ଅନୁଭବ କରୁଛି। ମଦୁରାଇରୁ ମାଉଣ୍ଟ ଆବୁ ଯାଏଁ ତାଙ୍କର ପ୍ରେରଣାଦାୟୀ ଯାତ୍ରା ଭାରତ-ଆମେରିକାର ଆର୍ଥିକ ଓ ବୈଷୟିକ କ୍ଷେତ୍ରକୁ ଆହୁରି ମଜଭୁତ କରିବ।

ସୂଚନା ଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ସୁନ୍ଦର ପିଚାଇଙ୍କ ସମେତ ୧୭ ଜଣଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଥିଲା।

Show More

Related Articles

Back to top button