Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

2026ରେ ଆମେରିକା ଆୟୋଜନ କରିବ ଜି-20 ସମ୍ମିଳନୀ

ୱାଶିଂଟନ: 2026ରେ ଜି-20 ଶିଖର ସମ୍ମିଳନୀ ଆୟୋଜନ କରିବ ଆମେରିକା । ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆମେରିକା ପକ୍ଷରୁ କୁହାଯାଇଛି ଯେ, ଯେଉଁ ସମୟରେ ବିଶ୍ୱ ଅର୍ଥନୀତି ଜଳବାୟୁ ସଙ୍କଟ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଭାରତର ଅଧ୍ୟକ୍ଷତାରେ ଚଳିତ ବର୍ଷର ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଏହା ପ୍ରମାଣ କରିଛି ଯେ ଜି -20 ସବୁଠୁ ଅଧିକ ଗମ୍ଭୀର ସମସ୍ୟାଗୁଡିକ ସମାଧାନ କରିପାରିବ । 2026ରେ ଏହି ସମ୍ମିଳନୀ ଆମେରିକାର ରାଜଧାନୀ ୱାଶିଂଟନରେ ହେବ । ଶନିବାର ଦିନ ହ୍ୱାଇଟ ହାଉସର ବିବୃତି ଅନୁସାରେ ଗଣମାଧ୍ୟମରେ ଏହି ସୂଚନା ପ୍ରକାଶ ପାଇଛି ।
ଗଣମାଧ୍ୟମର ରିପୋର୍ଟ ମୁତାବକ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ଜି-20 ଶିଖର ସମ୍ମିଳନୀ ସବୁଠୁ ଗମ୍ଭୀର ପ୍ରସଙ୍ଗର ସମାଧାନ ବାହାର କରିବା ଦିଗରେ ଏକ ବଡ ପଦକ୍ଷେପ । ଦିଲ୍ଲୀ ଘୋଷଣା ପରେ ହ୍ୱାଇଟ ହାଉସ ପକ୍ଷରୁ ଏହି ବିବୃତି ଦିଆଯାଇଥିଲା । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଭାରତର ଜି-20 ଅଧ୍ୟକ୍ଷତାରେ ହୋଇଥିବା ପ୍ରଗତିକୁ ଆଗକୁ ବୃଦ୍ଧି କରିବା ପାଇଁ ଆମେରିକା ପ୍ରତିବଦ୍ଧ । ଏହାର ଆରମ୍ଭ 2024ରେ ବ୍ରାଜିଲ ଓ 2025ରେ ଦକ୍ଷିଣ-ଆଫ୍ରିକାର ଅଧ୍ୟକ୍ଷତାରେ ହେବ ।

Show More

Related Articles

Back to top button