Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମରକ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା 2ହଜାର ଟପିଲା

ରବାତ: ଭୟାବହ ଭୂକମ୍ପରେ ମରକ୍କୋରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମୟ ସହ ସାମ୍ନାକୁ ଆସୁଛି ହୃଦୟବିଦାରକ, ଛାତିଥରା ଦୃଶ୍ୟ ଓ କାହାଣୀ । ଯାହାକୁ ନେଇ ପୂରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଆଟଲାସ ପାହାଡର ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପ ମରକ୍କୋରେ ମୃତ୍ୟୁର ବିଭୀଷିକା ରଚିଛି । ଅନେକ ସହର ଓ ଗାଁ ଧ୍ୱଂସସ୍ତୁପ ପାଲଟିଛି ।

ମରକ୍କୋର ଅଭ୍ୟାନ୍ତରିଣ ମନ୍ତ୍ରାଳୟ ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା 2ହଜାର ଟପିଲା । ଭୂକମ୍ପ ଯୋଗୁ ପ୍ରାୟ 2,012 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଆହତଙ୍କ ସଂଖ୍ୟା 2.059 ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ 1,404ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।

ଗଣମାଧ୍ୟମର ସୂଚନା ମୁତାବକ ଭୂକମ୍ପର କେନ୍ଦ୍ର ନିକଟ ଅମିଜମିଜ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି । ଘରଦ୍ୱାର, ରାସ୍ତାଘାଟ ସବୁକିଛି ମାଟି ତଳେ ପୋତି ହୋଇଯାଇଛି । ଆଖି ସାମ୍ନାରେ ଦେଖିବାକୁ ମିଳୁଛି କୁଢ କୁଢ ଶବ । ନିଜ ପରିଜନମାନଙ୍କର ମୃତଦେହ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ଲୋକେ । ମରକ୍କୋର ପ୍ରାଚୀନ ସହର ମରାକେଶରେ ବି ଭୂକମ୍ପର ଭୟାବହତା ଦେଖିବାକୁ ମିଳିଛି । ୟୁନେସ୍କୋର ବିଶ୍ୱ ଧରୋହର ସ୍ଥଳୀରେ ସାମିଲ ହୋଇଥିବା ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଅଲ୍ ହୋଜ, ଓଆରଜାଜେଟ୍, ମରାକେଶ, ଅଜଲାଲ, ଚିଚୌଆ ଓ ତାରୌନ୍ଦତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button