Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ହମାସ ଓ ଋଷକୁ ଗଣତନ୍ତ୍ରର ଶତ୍ରୁ କହିଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଦିନ । କୁଖ୍ୟାତ ଆତଙ୍କବାଦୀ ହମାସ ଓ ଋଷକୁ ଗଣତନ୍ତ୍ରର ଶତ୍ରୁ ବୋଲି କହିଛନ୍ତି । ହମା ଓ ଋଷ ଦୁଇଜଣ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଆମେରିକାର ହିତ ପାଇଁ ୟୁକ୍ରେନ ଓ ଇସ୍ରାଏଲ ଉଭୟ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେରିକା ସହଯୋଗ କରିବ ବୋଲି ବାଇଡେନ୍ କହିଛନ୍ତି । ବାଇଡେନ୍ କହିଛନ୍ତି ଯେ ହମାସ ଓ ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଭିନ୍ନ ଭିନ୍ନ ବିଦର ପ୍ରତିନିଧିତ୍ୱ କରିଥାନ୍ତି । କିନ୍ତୁ ଉଭୟଙ୍କ ଉଦ୍ଦେଶ୍ୟ ଗୋଟିଏ । ଦୁଇଜଣ ଯାକ ନିଜର ପଡୋଶୀ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଚାହାନ୍ତି । ଆମେରିକା ଗୋଟିଏ ମହାନ ରାଷ୍ଟ୍ର ଭାବେ ନିଜ ଦାୟିତ୍ୱ ତୁଲାଉଛି । ଆମେରିକା ହମାସ ଓ ଋଷିଆକୁ ଜିତିବାକୁ ଛାଡିବ ନାହିଁ ବୋଲି ବାଇଡେନ୍ କହିଛନ୍ତି ।

Show More

Related Articles

Back to top button