Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ- ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା ୯୪ ଡଲାରରେ ପହଞ୍ଚିଛି । ସେହିପରି ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ ୯୧ ଡଲାରରେ ପହଞ୍ଚିଛି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା, ଡିଜେଲ ମୂଲ୍ୟ ଲିଟର ପିଛା ୮୯.୬୨ ଟଙ୍କା ଛୁଇଁଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୧୦୬.୩୧ ଟଙ୍କା, ଡିଜେଲ ମୂଲ୍ୟ ୯୪.୨୭ଟଙ୍କା, କୋଲକତାରେ ପେଟ୍ରୋଲ ମୂଲ୍ୟ ୧୦୬.୦୩ ଟଙ୍କା ଓ ଡିଜେଲ ମୂଲ୍ୟ ୯୨.୭୬ , ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୧୦୨.୬୩ ଟଙ୍କା ଓ ଡିଜେଲ ମୂଲ୍ୟ ୯୪.୨୪ ଟଙ୍କା ରହିଛି ।

Show More

Related Articles

Back to top button