Breaking PLUSଖେଳଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୟୁଏସ ଓପନ: ଫାଇନାଲରେ ବୋପନ୍ନା-ଏବଡେନ ଯୋଡି ପରାସ୍ତ

ନ୍ୟୁୟର୍କ: ଫାଇନାଲରେ ପରାସ୍ତ ହେଲେ ରୋହନ ବୋପନ୍ନା –ମାଥ୍ୟୁ ଏବଡେନ ଯୋଡି । ରୋହନ ବୋପନ୍ନା ତାଙ୍କର ପ୍ରଥମ ପୁରୁଷ ଡବଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟଲରୁ ବଞ୍ଚିତ ହୋଇଛନ୍ତି । ଶୁକ୍ରବାର ୟୁଏସ ଓପନର ଫାଇନାଲରେ ବୋପନ୍ନା ଓ ତାଙ୍କ ସାଥୀ ମାଥ୍ୟୁ ଏବଡେନଙ୍କୁ ପରାଜୟ ମୁହଁ ଦେଖିବାକୁ ମିଳିଛି । ଇଣ୍ଡୋ-ଅଷ୍ଟ୍ରେଲିୟ ଯୋଡି ଦୁଇଥର ଚାମ୍ପିୟାନ ରାଜୀବ ରାମ ଓ ଜୋ ସେଲିସବରୀ ଯୋଡିଠାରୁ 2-6,6-3,6-4ରେ ହାରିଯାଇଛନ୍ତି ।

43 ବର୍ଷୀୟ ବୋପନ୍ନା ଓପନ୍ ଯୁଗରେ ଗ୍ରାଣ୍ଡ୍ ସ୍ଲାମ୍ ଡବଲ୍ସ ଫାଇନାଲରେ ପହଞ୍ଚିବାରେ ସର୍ବ ପୁରାତନ ଖେଳାଳି । ମ୍ୟାଚର ଆରମ୍ଭରେ ବୋପନ୍ନା ଓ ଏବଡେନ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । କୌଣସି ଚିନ୍ତାଜନକ ସ୍ଥିତି ନଥିଲା ଏବଂ ଦୁଇଟି ସର୍ଭିସ ବ୍ରେକ୍ ସହିତ ପ୍ରଥମ ସେଟ୍ ଜିତିଥିଲା ଏହି ଯୋଡି ।
କିନ୍ତୁ ଏହାପରେ ଗତଥର ଚାମ୍ପିୟାନ ହୋଇଥିବା ଯୋଡି ସଂଘର୍ଷ କରି ଅନ୍ତିମ ଦୁଇଟି ସେଟରେ କ୍ରମାଗତ ଭାବେ ପୋପନ୍ନାଙ୍କ ସର୍ଭସି ଭାଙ୍ଗି ଲଗାତର ଭାବେ ଯୁଏସ ଓପନର ଟାଇଟଲ ହାସଲ କରିଥିଲା । ଯାହାକି ସପନ ଯୁଗରେ ଆଉ ଏକ ନୂଆ ରେକର୍ଡ ।

Show More

Related Articles

Back to top button