Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଜି-20: ଦିଲ୍ଲୀରେ ପହଞ୍ଚିଲେ ସାଉଦି ଆରବ ପ୍ରିନ୍ସ ଓ ଜର୍ମାନ ଚାନସେଲର

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲ୍ଲାଜିଜ ଅଲ ସାଉଦ ଏବଂ ଜର୍ମାନ ଚାନସେଲର ଆଲୋକ ସକୋଲ୍ଜ ।
ଏନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀ ଏୟାରପୋର୍ଟରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲ୍ଲାଜିଜ ଅଲ ସାଉଦଙ୍କର ସ୍ୱାଗତ କରିଛନ୍ତି ।
ବାଗଚୀ କହିଛନ୍ତି ଯେ, ଜି-20 ସମ୍ମିଳନୀରେ ଯୋଗ ଦେବା ପାଇଁ ଜର୍ମାନ ଚାନସେଲର ଆଲୋକ ସକୋଲ୍ଡ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଛନ୍ତି । ଭାରତ ପକ୍ଷରୁ ତାଙ୍କର ସ୍ୱାଗତ କରାଯାଇଛି । ଆଲୋକଙ୍କୁ ଦିଲ୍ଲୀ ଏୟାରପୋର୍ଟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହବର୍ମା ସ୍ୱାଗତ କରିଛନ୍ତି ।

Show More

Related Articles

Back to top button