Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜିଠୁ ଜି-20 ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ବହୁ ପ୍ରତୀକ୍ଷିତ ଗ୍ରୁପ୍‌ ଅଫ୍‌ ୨୦ ବା ଜି-୨୦ ରାଷ୍ଟ୍ର ନେତାଙ୍କ ଅଷ୍ଟାଦଶ ସମ୍ମିଳନୀ ଶନିବାର ଓ ରବିବାର ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରତିନିଧିମାନେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତଙ୍କୁ ସ୍ବାଗତ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ଭାରତ ମଣ୍ଡପମ୍‌’ ଅପେକ୍ଷା କରିରହିଛି। କୌଣସି ପ୍ରତିନିଧିଙ୍କର ଯେମିତି କିଛି ବି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ନିବଦ୍ଧ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରନେତାମାନଙ୍କୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସମ୍ମିଳନୀ ଆୟୋଜନ ନେଇ ସେ ଅଭିଭୂତ। ଭାରତ ପ୍ରଥମ ଥର ଆୟୋଜନ କରୁଥିବା ଏହି ସମ୍ମିଳନୀ ‘ମାନବକୈନ୍ଦ୍ରିକ ବିକାଶ’ ଦିଗରେ ବିଶ୍ବକୁ ନୂଆ ପଥ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି। ଏମିତିକି ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବାକୁ ଥିବା ‘ଦିଲ୍ଲୀ ଘୋଷଣାନାମା’ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବୋଲି କହିଛନ୍ତି ଜି-୨୦ ସେର୍‌ପା ଅମିତାଭ କାନ୍ତ। ଏହି ଘୋଷଣାନାମା ‘ଗ୍ଲୋବାଲ ସାଉଥ୍‌’ ତଥା ବିକାଶଶୀଳ ରାଷ୍ଟ୍ରଙ୍କ ସ୍ବର ଏବଂ ଅଦ୍ୟାବଧି ପ୍ରକାଶ ପାଇଥିବା ବିଶ୍ବର କୌଣସି ଘୋଷଣାନାମା ବା ଦସ୍ତାବିଜ୍‌ ଏହାର ତୁଳନୀୟ ନୁହେଁ କିମ୍ବା କୌଣସିଥିରେ ଏଭଳି ସ୍ବର ନାହିଁ ବୋଲି ସେ କହିଛନ୍ତି। ସମ୍ମିଳନୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ଆରମ୍ଭ କରି ଜୟବାୟୁ ପରିବର୍ତ୍ତନ, ଆତଙ୍କବାଦ, ଅର୍ଥନୀତି ଓ ନୂଆ ବିଶ୍ବ ବ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଏକ ମିଳିତ ଘୋଷଣାନାମା ପ୍ରକାଶ କରାଯିବ।

Show More

Related Articles

Back to top button