Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆନ୍ଧ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ବିଜୟଓ୍ୱାଡା – ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପୁଲିସ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

୨୦୨୧ ମସିହା ଡିସେମ୍ବର ୯ ତାରିଖରେ ଆନ୍ଧ୍ର ସିଆଇଡି ଏ ନେଇ ଏକ ମାମଲା ରୁଜୁ କରିଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତ ଥିଲେ । ତଦନ୍ତ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।

ତାଙ୍କ ନାମରେ ଆନ୍ଧ୍ର ସିଆଇଡି ଆଇପିସି ଧାରା ୧୨୦ ଖ, ୧୬୬,୧୬୭, ୪୧୮, ୪୨୦, ୪୬୮, ୪୬୫, ୪୭୧, ୪୦୯, ୨୦୧, ୧୦୯ ସହ ଦୁର୍ନୀତିର ଅନ୍ୟଧାରାରେ ତାଙ୍କୁ ଗିରଫ କରିଛି ।

କୁର୍ନୁଲର ଡିଆଇଜି ରଘୁରାମ ରେଡ୍ଡୀ ଚନ୍ଦ୍ରବାବୁଙ୍କୁ ଗିରଫକରିଥିଲେ । ଏହି ସମୟରେ ଚନ୍ଦ୍ରବାବୁ ତାଙ୍କ ରାଜ୍ୟବ୍ୟାପୀ ପଦଯାତ୍ରା କରୁଛନ୍ତି । ଏବେ ଟିଡିପିର ବିଭିନ୍ନ ନେତାଙ୍କୁ ଗୃହବନ୍ଦୀ ରଖାଯାଇଛି ।

Show More

Related Articles

Back to top button