Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ପୋଲିସ ସ୍ମାରକୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଅମିତ ଶାହ

ନୂଆଦିଲ୍ଲୀ -ଜାତୀୟ ପୋଲିସ ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର ଜାତୀୟ ପୋଲିସ ସ୍ମାରକ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସୋସିଆଲ ମିଡିଆ ଏକ୍ସରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସର୍ବୋଚ୍ଚ ବଳିଦାନ ଦେଇ ଆଶାର କିରଣ ଜାଳିଥିବା ସେନାର ମହାନ ଆତ୍ମାକୁ ନମନ କରୁଛି । ସେମାନଙ୍କର ସାହସିକତାର କାହାଣୀକୁ ଆମର ସାମୂହିକ ସ୍ମୃତିରୁ କେହି ଲିଭାଇ ପାରିବେ ନାହିଁ । ଦେଶ ସେମାନଙ୍କୁ ଚିରକାଳ ପାଇଁ କୃତଜ୍ଞତା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ । ମାତୃଭୂମିର ସାହସୀମାନଙ୍କୁ ନମସ୍କାର ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର 21, 1959 ରେ, ଲଦାଖର ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ସଶସ୍ତ୍ର ଚୀନ୍ କଣ୍ଟିଜେଣ୍ଟ୍ ଦ୍ୱାରା ହୋଇଥିବା ଆକ୍ରମଣରେ 10 ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଅକ୍ଟୋବର 21କୁ ଏହି ଶହୀଦ ତଥା ଡ୍ୟୁଟିରେ ବଳିଦାନ ଦେଇଥିବା ସମସ୍ତ ପୋଲିସ୍ କର୍ମଚାରୀଙ୍କ ସ୍ମୃତିରେ ପୋଲିସ ସ୍ମୃତି ଦିବସ ଭାବେ ପାଳନ କରାଯାଏ । ଏହି ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018ରେ ପୋଲିସ ସ୍ମୃତି ଦିବସରେ ରାଷ୍ଟ୍ରୀୟ ପୋଲିସ ମେମୋରିଆଲକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ।

Show More

Related Articles

Back to top button