Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅମ୍ପାୟାର ପିଲୁ ରିପୋର୍ଟରଙ୍କ ବିୟୋଗ, ଝୁରୁଛି କ୍ରିକେଟ ଜଗତ

() ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଅମ୍ପାୟାର ଜଗତରେ ଶୂନ୍ୟସ୍ଥାନ । ଆରପାରିରେ ଅମ୍ପାୟାର ପିଲୁ ରିପୋର୍ଟର । କ୍ରିକେଟ ଇତିହାସର ପ୍ରଥମ ଦୁଇ ନିରପେକ୍ଷ ଅମ୍ପାୟାରଙ୍କ ମଧ୍ୟରୁ ପିଲୁ ରିପୋର୍ଟରଙ୍କର ଅସୁସ୍ଥତା କାରଣରୁ ରବିବାର ମୁମ୍ବାଇରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସେରେବ୍ରଲ କନଫ୍ୟୁଜନ ରୋଗରେ ପୀଡିତ ଥିଲେ ପିଲୁ । ତାଙ୍କର ପତ୍ନୀ ଓ ଦୁଇ ଝିଅ ତାଙ୍କର ଦେଖାଶୁଣା କରୁଥିଲେ ।

1992 ମସିହାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସହ ପିଲୁ 14ଟି ଟେଷ୍ଟ ମ୍ୟାଚ, 22ଟି ଏକଦିବସୀୟ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । 1992 ମସିହା ୱାର୍ଲ୍ଡକପରେ ପିଲୁ ଜଣେ ମାତ୍ର ଭାରତୀୟ ଅମ୍ପାୟର ଥିଲେ ।

1986 ମସିହାରେ ଲାହୋରରେ ଖେଳାଯାଉଥିବା ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ପିଲୁ । ଏହି ମ୍ୟାଚ ତାଙ୍କ ପାଇଁ ଏକ ବଡ ସୁଯୋଗ ଥିଲା ଯେଉଁଥିରେ କି ଜଣେ ନିରପେକ୍ଷ ଅମ୍ପାୟାର ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ଏହି ମ୍ୟାଚରେ ତାଙ୍କ ସାଥୀ ଅମ୍ପାୟାର ଥିଲେ ଭାରତର ଭି.କେ ରାମାସ୍ୱାମୀ ।

Show More

Related Articles

Back to top button