Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର ଖେରସନ ସହରରେ ଋଷର ଗୁଳିକାଣ୍ଡ, 2 ମୃତ, 12 ଆହତ

କିଭ୍, 18 ନଭେମ୍ବର – ଦକ୍ଷିଣ ୟୁକ୍ରେନର ଖେରସନ ସହର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଋଷିଆ ପକ୍ଷରୁ ଗୁଳିକାଣ୍ଡ ହୋଇଛି । ଗୁଳିକାଣ୍ଡରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି ।
ମିଡିଆ ସୂଚନା ମୁତାବକ, ଏହି ଗୁଳିକାଣ୍ଡରେ ନିଜ ଆପାର୍ଟମେଣ୍ଟରେ ଥିବା ଜଣେ 75 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳର ସବୁଠୁ ବଡ ସହର ହେଉଛି ଖେରସାନ । ଋଷ ସେନା ଦନିପ୍ରୋ ନଦୀର ପୂର୍ବ ଅଞ୍ଚଳରୁ ଗୁଳି ଚଳାଇଥିଲେ । ଗୁଳିକାଣ୍ଡ ଯୋଗୁ କିଛି ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି । ବିଦ୍ୟୁତ ଖୁଣ୍ଟି କ୍ଷତିଗ୍ରସ୍ତ ହୋଇଛି । ଫଳରେ କିଛି ସ୍ଥାନରେ ବିଦ୍ୟୁତ ସେବା ଠପ୍ ହୋଇପଡିଛି ।

Show More

Related Articles

Back to top button