Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଯୋଗୁ 6ଜଣଙ୍କ ମୃତ୍ୟୁ

ମନିଲା, 18 ନଭେମ୍ବର – ଦକ୍ଷିଣ ଫିଲିପାଇନ୍ସରେ ଶୁକ୍ରବାର ଭୂକମ୍ପ ଯୋଗୁ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ନିଖୋଜ ଅଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.7 ଥିଲା ।
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ଅନୁସାରେ ଶୁକ୍ରବାର ଦ୍ୱିପ୍ରହରରେ ମିଣ୍ଡାନାଓ ଦ୍ୱୀପ ଠାରୁ 37 ମାଇଲ ଗଭୀରରେ ଭୂକମ୍ପ ହୋଇଥିଲା । ଭୂକମ୍ପ ଯୋଗୁ ଦକ୍ଷିଣ କୋଟାବେଟୋରେ 3ଜଣ, ସାରଙ୍ଗାନୀରେ 2ଜଣଙ୍କ ମୃତ୍ୟୁ ହୋଇଛି । ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି 2ଜଣ ନିଖୋଜ ଅଛନ୍ତି । ଅନ୍ୟଜଣଙ୍କର ଦଳାଚକଟାରେ ମୃତ୍ୟୁ ହୋଇଛି ।

Show More

Related Articles

Back to top button