Breaking PLUSଦେଶମୁଖ୍ୟ ଖବର

ନାସିକର କାଲାରାମ ମନ୍ଦିରରେ ମହାଆରତୀ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ଉଦ୍ଧବ ଠାକରେ

ମୁମ୍ବାଇ- ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଜାନୁୟାରୀ 22ରେ ନାସିକ କାଲାରାମ ମନ୍ଦିରର ମହାଆଳତୀ ପାଇଁ ନିମନ୍ତ୍ରଣ କରିଛନ୍ତି । ଠାକେରଙ୍କୁ ଏବେ ଯାଏ ଜାନୁୟାରୀ 22ରେ ଅଯୋଧ୍ୟା ରାମମନ୍ଦିର ଉଦଘାଟନ ସମାରୋହ ପାଇଁ ନିମନ୍ତ୍ରଣ ପତ୍ର ମିଳିନାହିଁ ।
ଶନିବାର ସାମ୍ବାଦିକମାନଙ୍କୁ ସୂଚନା ଦେଇ ଠାକରେ କହିଛନ୍ତି ଯେ, ସେ ଭାରତର ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜାନୁୟାରୀ 22ରେ ନାସିକର କାଲାରାମ ମନ୍ଦିରର ମହାଆରତୀ ପାଇଁ ନିମନ୍ତ୍ରଣ କରିଛନ୍ତି । ଉଦ୍ଧବ କହିଛନ୍ତି ତାଙ୍କ ଦଳର ସାଂଦ ରାଷ୍ଟ୍ରପତିଙ୍କୁ ଭେଟିବେ ଏବଂ ତାଙ୍କୁ ଔପଚାରିକ ନିମନ୍ତ୍ରଣ କରିବେ । ଉଦ୍ଧବ କହିଛନ୍ତି ପ୍ରାଣ ପ୍ରତିଷ୍ଠା ସମାରୋହ କେବଳ ଭଗବାନ ରାମଙ୍କର ନୁହେଁ, ଏହା ପୂରା ଦେଶର ପ୍ରାଣ ପ୍ରତିଷ୍ଠା ଅଟେ । ବର୍ଷବର୍ଷର ଲମ୍ବା ଲଢେଇ ପରେ ରାମମନ୍ଦିରର ନିର୍ମାଣ ହୋଇଛି । ତେଣୁ ଏହା ଏକ ପ୍ରକାର ରାଷ୍ଟ୍ରର ପ୍ରାଣ ପ୍ରତିଷ୍ଠା ବୋଲି ସେ କହିଛନ୍ତି ।

Show More

Related Articles

Back to top button