Breaking PLUSଦେଶମୁଖ୍ୟ ଖବର

ଇସଲମାବାଦରେ ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ପିଓକେ ଯାତ୍ରା ଉପରେ ଆପତ୍ତି ଉଠାଇଲା ଭାରତ

ନୂଆଦିଲ୍ଲୀ-ଇସଲାମାବାଦରେ ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଯାତ୍ରାକୁ ନେଇ କଡା ଆପତ୍ତି ଉଠାଇଛି ଭାରତ ।
ଶନିବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ ଜାନୁୟାରୀ 10ରେ ବ୍ରିଟେନର ବୈଦେଶିକ ମନ୍ତ୍ରାଳୟ ଏକ ଅଧିକାରୀଙ୍କ ସହ ଇସଲାମାବାଦରେ ନିଯୁକ୍ତ ଥିବା ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ପିଓକେ ଯାତ୍ରାକୁ ଗମ୍ଭୀରତାର ସହ ନେଇ ଏହାକୁ ବିରୋଧ କରିଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତର ସଂପ୍ରଭୁତା ଓ କ୍ଷେତ୍ରୀୟ ଅଖଣ୍ଡତା ପାଇଁ ଏଭଳି ଉଲ୍ଲଂଘନ ଅସ୍ୱୀକାର୍ଯ୍ୟ ଅଟେ । ବୈଦେଶିକ ସଚିବ ଏହି ଉଲ୍ଲଂଘନକୁ ନେଇ ନୂଆଦିଲ୍ଲୀରେ ଥିବା ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ନିକଟରେ ବିରୋଧ କରିଛନ୍ତି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦ୍ଦାଖ ଭାରତର ଏକ ଅଭିନ୍ନ ଅଙ୍ଗ ଅଟେ ଏବଂ ଏହା ସବୁବେଳେ ରହିବ । ଉଲ୍ଲେଖନୀୟ ଅଟେ ଯେ, ପାକିସ୍ତାନରେ ବ୍ରିଟେନର ଉଚ୍ଚାୟୁକ୍ତ ଜୈନ ମେରିୟଟ ଜାନୁୟାରୀ 10ରେ ପିଓକେର ମୀରପୁର ଅଞ୍ଚଳ ଗସ୍ତ କରିଥିଲେ ।

Show More

Related Articles

Back to top button