Breaking PLUSଦେଶମୁଖ୍ୟ ଖବର

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ନିମନ୍ତ୍ରଣ

ମୁମ୍ବାଇ- ଭାରତ ରତ୍ନ ତଥା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଜାନୁୟାରୀ 22ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହେବେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ତାଲିକାରେ ଉଦ୍ୟୋଗପତି ଗୌତମ ଆଦାନୀ, ରତନ ଟାଟା, କ୍ରିକେଟର ବିରାଟ କୋହଲି, ଆରଏସଏସ ପ୍ରମୁଖ ମୋହନ ଭାଗବତ, ଯୋଗଗୁରୁ ବାବା ରାମଦେବ, ଅମିତାଭ ବଚ୍ଚନଙ୍କ ପରି ଭିଭିଆଇପି ଆମନ୍ତ୍ରିତ ଲୋକ ସାମିଲ ହେବେ ।
ତଥ୍ୟ ମୁତାବକ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ 3000 ଭିଭିଆଇପିଙ୍କ ସହିତ 7000 ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଦେଶରୁ 4ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ରାମାୟଣ ଫେମ ଆକ୍ଟର ଅରୁଣ ଗୋଭିଲ ଓ ଦୀପିକା ଚିଖଲିୟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରାମମନ୍ଦିର ଉଦଘାଟନ ସମାରୋହରେ 1990ରେ ପୋଲିସ ଫାୟାରିଂରେ ମୃତ୍ୟୁବରଣ କରିଥିବା କାରସେବକଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Show More

Related Articles

Back to top button