Breaking PLUSଦେଶମୁଖ୍ୟ ଖବର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ସହିଦ । ଶନିବାର ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଘଟିଛି ଏହି ଅଘଟଣ । ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଅଧିକାରୀଙ୍କ ସୂତ୍ର ଅନୁସାରେ, ଏଲଓସି ନିକଟରେ ଲାଗିଥିବା ଲ୍ୟାଣ୍ଡମାଇନ ନିକଟରେ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଅଫିସର ଓ ଯବାନ ଶହିଦ ହୋଇଥିଲେ । ସୂଚନା ମିଳିବା ମାତ୍ରେ ଅନ୍ୟ ସୈନିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ କ୍ଷେତ୍ରର ଜଣେ ରକ୍ଷା ପ୍ରବକ୍ତା କହିଛନ୍ତି, ନାଉଶେରା ସେକ୍ଟରରେ ଅଞ୍ଚଳ ପେଟ୍ରୋଲିଂ କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି  ।

ସେ ଏହା ମଧ୍ୟ କହିଛନ୍ତି ଯେ, ଲେଫ୍ଟିନେଣ୍ଟ ଋଷି କୁମାର ଏବଂ ସିପାହୀ ମଞ୍ଜିତ ବାହାଦୂର ଓ କର୍ମଠ ଥିଲେ । ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଦେଶ ଏବଂ ଭାରତୀୟ ସେନା ଦୁଇ ବାହାଦୂର ଯବାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ସବୁବେଳେ ଋଣୀ ରହିବ । ଲେଫ୍ଟିନେଣ୍ଟ ଋଷି କୁମାର ବିହାର ବେଗୁସରାଇ ନିବାସୀ ଓ ସିପାହୀ ମଞ୍ଜିତ ସିଂହ ପଞ୍ଜାବର ଭତିଣ୍ଡା ସିର୍ବେୱାଲ ବାସିନ୍ଦା ।

Show More

Related Articles

Back to top button