Breaking PLUSମୁଖ୍ୟ ଖବରସେଲିବ୍ରିଟି

ପଞ୍ଚଭୂତରେ ଲୀନ ହେଲେ ପୁନୀତ ରାଜକୁମାର

ରାଷ୍ଟ୍ରୀୟ ସମ୍ମାନ ସହ ଶେଷ କୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ଲୀନ ହୋଇଛି କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ପାର୍ଥିବ ଶରୀର । ସମସ୍ତଙ୍କଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି ପୁନୀତ ରାଜକୁମାର । ଆଜି ବେଙ୍ଗାଳୁରୁରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପୁନୀତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ପୁନୀତଙ୍କ ଅନ୍ତିମ ଯାତ୍ରାରେ ସାମିଲ ଥିଲେ କନ୍ନଡ ଅଭିନେତା ୟଶ, ରବିଚନ୍ଦ୍ରନଙ୍କ ସମେତ ବହୁ ଅଭିନେତା ଓ ଅଭିନେତ୍ରୀ । ଶ୍ରୀକାନ୍ତିରଭା ଷ୍ଟୁଡିଓ ପରିସର ଜନସମୁଦ୍ର ପାଲଟିଥିଲା । ନିଜ ପ୍ରିୟ ଅଭିନେତାଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ହଜାର ହଜାର ଫ୍ୟାନ୍ ଓ ସମର୍ଥକଙ୍କ ସମାଗମ ହୋଇଥିଲା ।

କନ୍ନଡ ଫିଲ୍ମ ଦୁନିଆରେ ପାଓ୍ୱାର ଷ୍ଟାର ଭାବରେ ବେଶ ଜଣାଶୁଣା ଥିଲେ ପୁନୀତ ରାଜକୁମାର । ଗତ ଶୁକ୍ରବାର ୪୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ହେବାର ଥିଲା । ତେବେ ଝିଅ ନ୍ୟୁୟର୍କରୁ ଆସିବାରେ ବିଳମ୍ବ ହେବାରୁ ଆଜି ଅନ୍ତିମ ସଂସ୍କାର କରାଯାଇଛି ।

Show More

Related Articles

Back to top button