Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଥମୁନି ତୈଳ ଦର ବୃଦ୍ଧି

ଥମୁନି ତୈଳ ଦର ବୃଦ୍ଧି । ପ୍ରତିଦିନ ନୂଆ ରେକର୍ଡ ସ୍ତର ଛୁଉଁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଅକ୍ଟୋବରରେ କ୍ରମାଗତ ଭାବରେ ଦର ବଢ଼ି ବଢ଼ି ଚାଲିଛି । ଆଜି ମାସର ଶେଷ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ଲିଟର ପ୍ରତି ୩୫ ପଇସା ଲେଖାଏ ବଢ଼ିଛି । ଲଗାତାର ପଞ୍ଚମ ଦିନରେ ବଢ଼ିଛି ତୈଳ ଦର ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୧୦୯.୩୪ ଟଙ୍କା ହୋଇଛି । ଡିଜେଲ୍ ଦାମ୍ ୯୮.୦୭ ଟଙ୍କା । ମୁମ୍ୱାଇରେ ରେକର୍ଡ ସ୍ତର ଛୁଇଁଛି ପେଟ୍ରୋଲ । ସେଠାରେ ପେଟ୍ରୋଲ ୧୧୫.୧୫ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦାମ୍ ହୋଇଛି ୧୦୬.୨୩ ପଇସା । ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୧୦.୩୧ ପଇସା ହୋଇଛି । ଡିଜେଲ କିଣିଲେ ଗ୍ରାହକ ଲିଟର ପ୍ରତି ଗଣିବେ ୧୦୬.୯୫ ଟଙ୍କା ।

ଗତ ସେପ୍ଟମ୍ବର ୨୮ ତାରଖରୁ ପେଟ୍ରୋଲ ଓ ଡିଜେଲ ଦାମ ୨୬ ଥର ବଢ଼ିଲାଣି । ପେଟ୍ରେଲ ଦର ଗୋଟିଏ ମାସରେ ୮ ଟଙ୍କା ବଢ଼ିଛି । ସେହିପରି ଡିଜେଲ ଦାମ୍ ୨୭ ଥର ବଢ଼ିଛି । ଗୋଟିଏ ମାସର ଡିଜେଲ ଦାମ୍ ବଢ଼ିଛି ୯ ଟଙ୍କା । ତୈଳ ଦର ବୃଦ୍ଧି ଖାଉଟିଙ୍କ ପକେଟରେ ମହଙ୍ଗା ମାଡ଼ ହୋଇଛି ।

Show More

Related Articles

Back to top button